Latest Odisha News

BREAKING NEWS

ନକ୍ସଲ ବିରୋଧୀ ଅପରେସନରେ K9 ରୋଲୋ ସହିଦ, ଗାର୍ଡ ଅଫ୍ ଅନର ସହିତ ଶେଷ ବିଦାୟ

ଛତିଶଗଡ: ଛତିଶଗଡ଼-ତେଲେଙ୍ଗାନା ସୀମାରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ଏକ ସାହସୀ ସିଆରପିଏଫ କୁକୁର ସହିଦ ହୋଇଛି। K9 Rollo ନାମକ ଏହି କୁକୁର, ଯିଏ ବିସ୍ଫୋରକ ଚିହ୍ନଟ ଏବଂ ଆକ୍ରମଣ କରିବାରେ ପାରଙ୍ଗମ ଥିଲା । ସହିଦ K9 Rolloକୁ ସମ୍ମାନ ଜଣାଇବା ପାଇଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଏହି ସାହସୀ କୁକୁରକୁ ପୂର୍ଣ୍ଣ ସମ୍ମାନର ସହିତ ଶେଷ ବିଦାୟ ଦେଇଥିଲେ CRPF। ରୋଲୋକୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ଏବଂ ମରଣୋତ୍ତର ଭାବରେ CRPF ମହାନିର୍ଦ୍ଦେଶକଙ୍କ ଠାରୁ ଏକ ମାନପତ୍ର ପ୍ରଦାନ କରାଯିବାର ଘୋଷଣା କରାଯାଇଥିଲା।

ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କାରେଗୁଟ୍ଟା ପାହାଡ଼ (KGH) ରେ  ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ମହୁମାଛିମାନେ ହଠାତ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ, CRPF କର୍ମଚାରୀଙ୍କ ସହିତ ସର୍ଚ୍ଚ ଅପରେସନରେ ସାମିଲ ଥିବା K9 ରୋଲୋ ଗୁରୁତର ଆହତ ହୋଇଥିଲା। ଯଦିଓ ତାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଇଥିଲା, ଶେଷରେ ପଶୁଚିକିତ୍ସକ ତାକୁ ୨୦୨୫ ମସିହା ଏପ୍ରିଲ ୨୭ ତାରିଖରେ ମୃତ ଘୋଷଣା କରିଥିଲେ।

ରୋଲୋ, ଏକ ସାହସୀ ବେଲଜିୟମ୍ ମାଲିନୋଇସ୍ କୁକୁର । ବିସ୍ଫୋରକ ଚିହ୍ନଟ କରିବାରେ ଏବଂ ନକ୍ସଲଙ୍କ ଆଡ୍ଡା ଚିହ୍ନଟ କରିବାରେ ପାରଙ୍ଗମ ଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଗଲା।

୨୦୨୪ ଏପ୍ରିଲରେ ସିଆରପିଏଫର ୨୨୮ତମ ବାଟାଲିୟନରେ ସାମିଲ ହୋଇଥିବା ରୋଲୋ, ବେଙ୍ଗାଲୁରୁର କୁକୁର ପ୍ରଜନନ ଏବଂ ତାଲିମ ବିଦ୍ୟାଳୟରେ ତାଲିମ ନେଇଥିଲା। ରୋଲୋ ନକ୍ସଲ ବିରୋଧୀ ଅପରେସନ ପାଇଁ ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ ଥିଲା ଏବଂ ଅନେକ ସଫଳ ଅପରେସନରେ ଅଂଶଗ୍ରହଣ କରିଥିଲେ।

ସୂଚନାଥାଉକି, ଅପରେସନ୍ ସମୟରେ ସିଆରପିଏଫ୍ ଦଳ ଏବଂ ରୋଲୋ ଏକ ଅଞ୍ଚଳର ସନ୍ଧାନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ହଠାତ୍ ମହୁମାଛି ଦଳ ରୋଲୋକୁ ଆକ୍ରମଣ କରିଥିଲେ ।  ରୋଲୋର ଯତ୍ନ ନେଉଥିବା ହ୍ୟାଣ୍ଡଲର ତାକୁ  ବଞ୍ଚାଇବା ପାଇଁ ତୁରନ୍ତ ଏକ ପଲିଥିନ୍ ସିଟ୍ ଘୋଡ଼ାଇ ଦେଇଥିଲେ, କିନ୍ତୁ ମହୁମାଛି ଭିତରେ ପଶି ବିନ୍ଧି ପକେଇଥିଲେ ।

୨୦୦ ମହୁମାଛିଙ୍କ ଆକ୍ରମଣରେ ରୋଲୋ ଶରୀର ଆଘାତ ପାଇଥିଲା ଏବଂ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲା। ସହକର୍ମୀମାନେ ତୁରନ୍ତ ଚିକିତ୍ସା ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଜରୁରୀକାଳୀନ ଚିକିତ୍ସା କରିଥିଲେ, କିନ୍ତୁ ଚିକିତ୍ସା ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ପଶୁଚିକିତ୍ସକ ତାଙ୍କୁ ‘ମୃତ ଘୋଷଣା କରିଥିଲେ।

ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଧିକାରୀ ଏବଂ ସୈନିକମାନେ କହିଛନ୍ତି ଯେ ରୋଲୋର ସାହସ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ସର୍ବଦା ପ୍ରେରଣାଦାୟକ ହେବ।

 

 

 

 

 

Comments are closed.