Latest Odisha News

ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଖବର ଶୁଣି ଛାନିଆରେ ପ୍ରାଣ ହରାଇଲା ଅନ୍ୟଜଣେ ବିଚାରଧୀନ କଏଦୀ !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜେଲ ମଧ୍ୟରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି ।

ମୃତ କଏଦୀର ନାମ ତୁରୀ ମୁଣ୍ଡା ହୋଇଥିବା ବେଳେ ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲରେ ଥିବା ଜଣାପଡିଛି ।

ଜେଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଉକ୍ତ ଜେଲରେ ଥିବା ଆଉ ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୁନୀଲ ନାୟକଙ୍କୁ ଫାଶୀଦଣ୍ଡାଦେଶ ହେବା ପରେ ଭୟରେ ତୁରୀର ହୃଦଘାତରେ ମୃତ୍ୟୁ ହୋଇଛି ।

“ସୁନୀଲକୁ ଫାଶୀଦଣ୍ଡାଦେଶ ମିଳିବା ପରେ ତାକୁ ମଧ୍ୟ ଫାଶୀ ମିଳିବ ବୋଲି ସେ ଭାବି ଛାନିଆ ହୋଇ ଯାଇଥିଲା । ଯେଉଁଥି ପାଇଁ ତାର ହୃଦଘାତରେ ମୃତ୍ୟୁ ହୋଇଥିବା” କହିଛନ୍ତି ଜେଲ କତ୍ତୃପକ୍ଷ ।

ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ଜେଲ କତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା କୋର୍ଟ ଗୁରୁବାର ଦିନ ସୁନୀଲ ନାୟକଙ୍କୁ ଜଣେ ୩ ବର୍ଷୀୟ ନାବଳିକାକୁ ଦୁଷ୍କର୍ମ ଅଭିଯୋଗରେ ମୃତ୍ୟ ଦଣ୍ଡାଦେଶ ଦେଇଛନ୍ତି।

ସେହିପରି ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ କିଛି ବର୍ଷ ଧରି ଟୁରି ମୁଣ୍ଡା କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହୁଥିଲ।

ସୁନୀଲଙ୍କ ଫାଶୀ ଦଣ୍ଡାଦେଶ ଶୁଣି କାଳେ ତାଙ୍କୁ ବି ଫାଶୀ ଦଣ୍ଡାଦେଶ ହେବ ଭାବି ମୃତ ଟୁରି ମୁଣ୍ଡା ଛାନିଆ ହୋଇଯାଇଥିଲେ ବୋଲି କୁହାଯାଉଛି।

Comments are closed.