ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ହରିୟାଣାର ଟ୍ରାଭେଲ ବ୍ଲଗର୍ ତଥା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ଗିରଫ କରାଯାଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଛଅ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରେ ଜ୍ୟୋତି ଜଣେ । ପାକିସ୍ତାନ ପାଇଁ ଗୁପ୍ତଚର ପାଲଟିଥିବା ପଞ୍ଜାବର ମଲେରକୋଟଲା ଏବଂ ହରିୟାଣାରରୁ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି।
ଜ୍ୟୋତି ‘ଟ୍ରାଭେଲ୍ ୱିଥ୍ ଜୋ’ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାନ୍ତି ଏବଂ ପାକିସ୍ତାନ ଗସ୍ତ ସମୟରେ ସେ ଦେଶର ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟମାନଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା।
ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିଶ ନାମକ ଜଣେ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ତାଙ୍କୁ ପାକିସ୍ତାନ ମଧ୍ୟ ପଠାଇଥିଲେ। ଜ୍ୟୋତି ମାଲହୋତ୍ରା ନିଜର ଟ୍ରାଭେଲ୍ ଚ୍ୟାନେଲ୍ ଚଲାନ୍ତି, ସେ ପାକିସ୍ତାନ ମଧ୍ୟ ଯାଇଥିଲେ ଏବଂ ସେଠାରେ ଅନେକ ଗୁପ୍ତ ସୂଚନା ସେୟାର କରୁଥିଲେ।
ପଚରାଉଚରା ସମୟରେ ଜ୍ୟୋତି ମାଲହୋତ୍ରା ପୋଲିସକୁ କହିଥିଲେ ଯେ, ତାଙ୍କର ‘ଟ୍ରାଭେଲ୍ ୱିଥ୍-ଜୋ’ ନାମକ ୟୁଟ୍ୟୁବ୍ରେ ଏକ ଚ୍ୟାନେଲ୍ ଅଛି। ସେ ଜଣେ ପାସପୋର୍ଟଧାରୀ ଏବଂ ୨୦୨୩ ମସିହାରେ ପାକିସ୍ତାନ ଗସ୍ତ ପାଇଁ ଭିସା ହାସଲ କରିବା ପାଇଁ ଦିଲ୍ଲୀରେ ପାକିସ୍ତାନ ହାଇକମିଶନ ଯାଇଥିଲେ । ଯେଉଁଠାରେ ତାଙ୍କର ସାକ୍ଷାତ ଆହସାନ-ଉର-ରହିମ ଓରଫ ଦାନିଶ ସହିତ ହୋଇଥିଲା। ସେ ଦାନିଶଙ୍କ ମୋବାଇଲ୍ ନମ୍ବର ନେଇଥିଲେ ଏବଂ ତା’ପରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ।
ଏହା ପରେ ସେ ଦୁଇଥର ପାକିସ୍ତାନ ଯାତ୍ରା କରିଥିଲେ । ଯେଉଁଠାରେ ଦାନିଶଙ୍କ ନିର୍ଦ୍ଦେଶରେ ସେ ତାଙ୍କ ପରିଚିତ ଅଲି ଆହୱାନଙ୍କୁ ଭେଟିଥିଲେ । ଯିଏ ତାଙ୍କର ରହିବା ଏବଂ ଯାତ୍ରା ପାଇଁ ବ୍ୟବସ୍ଥା କରିଥିଲେ। ପାକିସ୍ତାନରେ ଅଲି ଅହୱାନ ପାକିସ୍ତାନୀ ସୁରକ୍ଷା ଏବଂ ଗୁଇନ୍ଦା ଅଧିକାରୀଙ୍କ ସହିତ ତାଙ୍କର ମିଟିଙ୍ଗ ଆୟୋଜନ କରିଥିଲେ।
ସେ ସେଠାରେ ଶାକିର ଏବଂ ରାଣା ଶାହବାଜଙ୍କୁ ମଧ୍ୟ ଭେଟିଥିଲେ। ସେ ଶାକିରଙ୍କ ମୋବାଇଲ୍ ନମ୍ବର ନେଇ ଜାଟ୍ ରଧାୱା ନାମରେ ନିଜ ମୋବାଇଲ୍ ରେ ସେଭ୍ କରିଥିଲେ । ଯାହାଫଳରେ କେହି ସନ୍ଦେହ କରିବେ ନାହିଁ। ତା’ପରେ ଭାରତ ଫେରି ଆସିଥିଲେ । ତା’ପରେ ସେ ହ୍ୱାଟ୍ସଆପ୍, ସ୍ନାପଚ୍ୟାଟ୍ ଏବଂ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଥିଲେ ଏବଂ ଦେଶ ବିରୋଧୀ ସୂଚନା ଆଦାନପ୍ରଦାନ କରିବା ଆରମ୍ଭ କରିଥିଲେ ।
ଜ୍ୟୋତି ଦିଲ୍ଲୀରେ ପାକ୍ ହାଇକମିଶନର ର ଜଣେ ଅଧିକାରୀ ଅହସାନ-ଉର-ରହିମ ଓରଫ ଦାନିଶଙ୍କୁ ଅନେକ ଥର ଭେଟିଥିଲେ। ଜ୍ୟୋତିଙ୍କୁ ପଚରାଉଚରା ସମୟରେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ସମ୍ପର୍କରେ ଥିବା ଜଣାପଡିଥିଲା।
ଜ୍ୟୋତି ଶତ୍ରୁ ଦେଶ ପାକିସ୍ତାନର ଜଣେ ନାଗରିକଙ୍କ ଯାହାକୁ ଗୁପ୍ତଚର ଅଭିଯୋଗରେ ଭାରତ ସରକାର ଦ୍ୱାରା ପର୍ସୋନା-ନନ୍-ଗ୍ରାଟା(Persona-non-grata) ଘୋଷଣା କରାଯାଇଥିଲା, ତାହା ସହ ସନ୍ଦେହଜନକ କାର୍ଯ୍ୟକଳାପ ଏବଂ ଭାରତୀୟ ଗୁପ୍ତ ସୂଚନା ଆଦାନପ୍ରଦାନ କରିଥିଲେ । ଜ୍ୟୋତି ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଇବାର ଅପରାଧ କରିଛନ୍ତି।
କେବଳ ଜ୍ୟୋତିଙ୍କ ବ୍ୟତୀତ ପଞ୍ଜାବ ଏବଂ ହରିୟାଣାର ଅନେକ ଜିଲ୍ଲାର ଲୋକ ଜଡିତ ଅଛନ୍ତି। ଏହି ସମସ୍ତ ଅଭିଯୁକ୍ତ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ କିମ୍ବା ସେମାନଙ୍କ ପାଇଁ ଆର୍ଥିକ କାରବାର ପାଇଁ ଏକ ମାଧ୍ୟମ ଥିଲେ।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩୨ ବର୍ଷିୟ ଗାଜାଲା ଅଛନ୍ତି, ଯିଏ ଦାନିଶ ସହିତ ଆର୍ଥିକ କାରବାରରେ ଜଡିତ ଥିଲେ ଏବଂ ଭିସା ପ୍ରକ୍ରିୟାରେ ସାହାଯ୍ୟ କରୁଥିଲେ। ଏହା ବ୍ୟତୀତ ୟାମିନ ମହମ୍ମଦ ରହିଛନ୍ତି, ଯିଏ ହାୱାଲା ଏବଂ ଅନ୍ୟାନ୍ୟ ଉପାୟରେ ଟଙ୍କା ଟ୍ରାନ୍ସଫର କରିବାରେ ଦାନିଶକୁ ସାହାଯ୍ୟ କରୁଥିଲେ। ହରିୟାଣାର କୈଥଲରୁ ଦେବନ୍ଦର ସିଂଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ପଟିଆଲା କ୍ୟାଣ୍ଟନମେଣ୍ଟର ଭିଡିଓ ପଠାଇଥିଲେ।
ଏହା ବ୍ୟତୀତ ଅରମାନ ନାମକ ଜଣେ ସ୍ଥାନୀୟ ମୁସଲମାନ ଯୁବକଙ୍କୁ ହରିୟାଣାର ନୁହରୁ ଗିରଫ କରାଯାଇଛି । ଯିଏ ଭାରତୀୟ ସିମ କାର୍ଡ ଯୋଗାଉଥିଲେ ଏବଂ ୨୦୨୫ ମସିହାରେ ପାକିସ୍ତାନୀ ଏଜେଣ୍ଟଙ୍କ ନିର୍ଦ୍ଦେଶରେ ପ୍ରତିରକ୍ଷା ଏକ୍ସପୋ ସ୍ଥାନ ପରିଦର୍ଶନ କରିଥିଲେ। ପଞ୍ଜାବର ଜଣେ ବିଧବା ଗଜଲା ମଧ୍ୟ ପାକ୍ ଏଜେଣ୍ଟଙ୍କୁ ଟଙ୍କା ପଠାଉଥିଲେ | ଗୁଜାଲା ପଞ୍ଜାବର ମଲେରକୋଟଲାର ବାସିନ୍ଦା।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ସନ୍ଦେହଜନକ ତତ୍ତ୍ବର ମନିଟରିଂ ଏବଂ ଅନୁସନ୍ଧାନକୁ ଆହୁରି ତୀବ୍ର କରିବାକୁ ସରକାର ଏବଂ ଏଜେନ୍ସିମାନେ ଯୋଜନା କରୁଛନ୍ତି।
Comments are closed.