ମୁମ୍ବାଇ: ଆଥିୟା ଶେଟ୍ଟୀ ସି-ସେକ୍ସନ ବଦଳରେ ‘ପ୍ରାକୃତିକ ପ୍ରସବ’ ବିକଳ୍ପକୁ ବାଛିଥିବା ନେଇ କହିଛନ୍ତି ବାପା ସୁନିଲ ଶେଟ୍ଟୀ। ତେବେ ନିକଟରେ କେଏଲ ରାହୁଲ ଏବଂ ଆଥିୟା ଏକ କନ୍ୟା ସନ୍ତାନ ଜନ୍ମ ଦେଇ ପିତାମାତା ହୋଇଛନ୍ତି।
ଆଥିୟା ତାଙ୍କ ପ୍ରଥମ ସନ୍ତାନକୁ ପ୍ରାକୃତିକ ଉପାୟରେ ଦୁନିଆ କୁ ଆଣିବାକୁ ଚାହୁଁଥିଲେ ତେଣୁ ସେ ଏହି ପଦକ୍ଷେପକୁ ଚୟନ କରିଥିଲେ। ଏଥିପାଇଁ ସେ ବହୁତ୍ ଗର୍ବିତ ବୋଲି ସୁନିଲ କହିଛନ୍ତି।
ସମଗ୍ର ବିଶ୍ୱ ସି-ସେକ୍ସନକୁ ଏକ ଆରାମଦାୟକ ବୋଲି ଭାବୁଛି। କିନ୍ତୁ ଆଥିୟା ଏହା କଲେ ନାହିଁ ବରଂ ସେ ନର୍ମାଲ ଡେଲିଭରିକୁ ପସନ୍ଦ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ଝିଅ ନିଜ ମାଆ ମାନା ଶେଟ୍ଟୀଙ୍କ ଚିନ୍ତାଧାରା ଓ ଚାଲିଚଳନକୁ ଗ୍ରହଣ କରିଛନ୍ତି। ତେବେ ବର୍ତ୍ତମାନ୍ ସୁନୀଲ ଜେଜେବାପା ହୋଇଯିବା ସହ ତାଙ୍କର ଜୀବନର ନୂତନ ପର୍ଯ୍ୟାୟକୁ ସମ୍ପୂର୍ଣ ରୂପେ ଉପଭୋଗ କରୁଥିବା କହିଛନ୍ତି ଓ ତାଙ୍କର ସମସ୍ତ ପରିବାର ଏଥିରେ ବହୁତ୍ ଖୁସି ଥିବା କଥା ମଧ୍ୟ କହିଛନ୍ତି।
ଇନଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରି ସେ କହିଛନ୍ତି ଯେ ଗତ ମାର୍ଚ୍ଚ ୨୪ ରେ ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲ ସେମାନଙ୍କର ପ୍ରଥମ କନ୍ୟା ଇଭରାଙ୍କୁ ଦୁନିଆକୁ ଆଣିଥିଲେ।
Comments are closed.