ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଖୁବ୍ଶୀଘ୍ର ମହାତ୍ମା ଗାନ୍ଧୀ ସିରିଜ (ନୂତନ)ର ୨୦ ଟଙ୍କିଆ ନୋଟ୍ ଜାରି କରିବ। ଏହି ନୋଟଗୁଡ଼ିକରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ରହିବ। ଆରବିଆଇ ପକ୍ଷରୁ ଏନେଇ ଶନିବାର ସୂଚନା ଦିଆଯାଇଛି।
ନୂତନ ନୋଟଗୁଡ଼ିକର ଡିଜାଇନ୍ ଏବଂ ବୈଶିଷ୍ଟ୍ୟଗୁଡ଼ିକ ପୂର୍ବରୁ ପ୍ରଚଳିତ ନୋଟ୍ ସହିତ ସମାନ ହେବ। ନୋଟ୍ ରେ ଏଲୋରା ଗୁମ୍ଫାର ଚିତ୍ର, ଆକାର, ସୁରକ୍ଷା ବୈଶିଷ୍ଟ୍ୟ ଏବଂ ରଙ୍ଗ ସମାନ ରହିବ। ପୁରୁଣା ୨୦ଟଙ୍କାର ନୋଟ ମଧ୍ୟ ବୈଧ ରହିବ। RBI ଗଭର୍ଣ୍ଣରଙ୍କ ପରିବର୍ତ୍ତନ ପରେ ଏହି ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା।
ଆରବିଆଇ ସମୟ ସମୟରେ ନୋଟ୍ ପରିବର୍ତ୍ତନ କରିଥାଏ । ସୁରକ୍ଷା କାରଣରୁ ଏବଂ ନୋଟଗୁଡ଼ିକୁ ଉନ୍ନତ କରିବା ପାଇଁ ଏହି ପରିବର୍ତ୍ତନଗୁଡ଼ିକ କରାଯାଏ। କିନ୍ତୁ, ପୁରୁଣା ନୋଟଗୁଡ଼ିକ ସର୍ବଦା ବୈଧ।ଏହାର ଅର୍ଥ ଯେଉଁ ବର୍ତ୍ତମାନ ଯେଉଁ ନୋଟ ଚାଲୁଛି ତାହା ଚାଲୁ ରହିବ। ପୁରୁଣା ନୋଟର ଚଳନ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବନି। ତେଣୁ, ଆପଣ କୌଣସି ପ୍ରକାରର ଗୁଜବ ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ।
Comments are closed.