ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ, ଏପ୍ରିଲ ୨୨ ତାରିଖରେ ଜଣେ ବ୍ୟକ୍ତି ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଏକ କେକ୍ ଡବା ଧରି ପ୍ରବେଶ କରୁଥିବାର ଦେଖାଯାଇଥିଲା। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ବହୁତ ପ୍ରଶ୍ନ ପଚାରିଲେ, କିନ୍ତୁ ସେ ଉତ୍ତର ଦେଇନଥିଲେ। ସେ ଚୁପ୍ ଚାପ୍ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସେହି ବ୍ୟକ୍ତି ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ବୋଲି ଜଣାପଡ଼ିଛି। ଜ୍ୟୋତିଙ୍କ ଏକ ପୁରୁଣା ଭିଡିଓରେ ସେହି ବ୍ୟକ୍ତି ନଜର ଆସିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ରହିଛି। ଉଭୟଙ୍କର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ତାହା ସ୍ପଷ୍ଟ ହୋଇଛି।
ଜ୍ୟୋତିଙ୍କଙ୍କ ବିରୁଦ୍ଧରେ ଏବେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁଯାୟୀ ଦେଶଦ୍ରୋହ ଅଭିଯୋଗ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଜ୍ୟୋତି ପହଲଗାଓଁ ଆକ୍ରମଣ ପୂର୍ବରୁ ସେଠାକୁ ଗସ୍ତ କରିଥିଲେ। ଏହା ପରେ ପରେ ସେ ପାକିସ୍ତାନ ଯାଇଥିଲେ। ପରେ ସେଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜ୍ୟୋତିଙ୍କ ପହଲଗାମ ଏବଂ ପାକିସ୍ତାନ ଗସ୍ତର କ’ଣ ଲିଙ୍କ୍ ରହିଛି ତାହାର ଖୋଳତାଡ଼ କରୁଛନ୍ତି ତଦନ୍ତ ଅଧିକାରୀ।
ଏବେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଦୁଇଟି ଗସ୍ତ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। ହିସାର ପୋଲିସ ଅଧୀକ୍ଷକ ଶଶାଙ୍କ କୁମାର ସାୱନ କହିଛନ୍ତି, ‘ଆଧୁନିକ ଯୁଦ୍ଧ କେବଳ ସୀମାନ୍ତରେ ଲଢ଼ାଯାଏନି।’ ବରଂ ଆମେ ସୂଚନା ପାଇଛୁ ଯେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାଗୁଡ଼ିକ ସୋସିଆଲ ମିଡିଆରେ ସକ୍ରିୟ ଇନ୍ଫ୍ଲୁଏନ୍ସରମାନଙ୍କୁ ନିଯୁକ୍ତ କରୁଛନ୍ତି। ଏହି ଲୋକଙ୍କୁ ସେମାନଙ୍କର ଏଜେଣ୍ଡା ପାଇଁ ପ୍ରସ୍ତୁତ କରୁଛନ୍ତି। ଜ୍ୟୋତିକୁ ମଧ୍ୟ ଏକ ‘ସମ୍ୱଳ’ ଭାବରେ ବ୍ୟବହାର କରୁଥିଲେ। ସେ ବି ପାକ୍ ଗୁଇନ୍ଦା ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିଥିଲେ।
୨୦୨୩ ମସିହାରେ, ଜ୍ୟୋତି ପାକିସ୍ତାନ ହାଇ କମିଶନରେ ଏହସାନ-ଉର-ରହିମ ଓରଫ ଦାନିଶଙ୍କୁ ଭେଟିଥିଲେ। ଯେଉଁଠାକୁ ସେ ଭିସା ପାଇଁ ଯାଇଥିଲେ। ଏଫଆଇଆର ଅନୁଯାୟୀ, ଦାନିଶଙ୍କ ପାକିସ୍ତାନ ଗସ୍ତ ସମୟରେ ତାଙ୍କ ସମ୍ପର୍କିତ ବ୍ୟକ୍ତି ଅଲି ଆହୱାନ ତାଙ୍କୁ ଆତିଥ୍ୟ ଦେଇଥିଲେ ଏବଂ ପାକିସ୍ତାନୀ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ଏକ ବୈଠକ ଆୟୋଜନ କରିଥିଲେ। ସେଠାରେ ତାଙ୍କର ପରିଚୟ ଶାକିର ଏବଂ ରାଣା ଶାହବାଜଙ୍କ ସହିତ ହୋଇଥିଲା। ଶାହବାଜଙ୍କ ନମ୍ବର ତାଙ୍କ ଫୋନରେ ‘ଜଟ୍ ରନ୍ଧାୱା’ ନାମରେ ସେଭ୍ କରାଯାଇଥିଲା।
Comments are closed.