Latest Odisha News

BREAKING NEWS

ପୁଣି ଫେରିଛି କୋରୋନା: ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପୁଣି ହଂଙ୍କ ଓ ସିଙ୍ଗାପୁରରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଚାରିଆଡେ ଏବେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି । ମୁମ୍ବାଇରେ ୨ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଘଟଣା ସାମ୍ନାକୁ ଆସିଛି । ଏହି ଭେରିଆଣ୍ଟରେ ‌ଥଣ୍ଡା, ଛିଙ୍କ, କଫ ଓ ଗୋଡ଼ହାତ ବିନ୍ଧା ହେବ । ଏହିସବୁ ଭିତରେ ରାଜ୍ୟବାସୀ କିପରି ସର୍ତକତା ଅବଲମ୍ବନ କରିବେ, ସେନେଇ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର ।

ବହୁବିଧ ରୋଗରେ ଆକ୍ରାନ୍ତ ଲୋକେ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ । ଏବେ ବ୍ୟାପୁଥିବା କୋଭିଡ ଓମିକ୍ରନର ସବଭାରିଆଣ୍ଟ । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍‍ ପାଇଁ ପଠାଯିବ । ଏନେଇ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଅନ୍ୟପକ୍ଷରେ ଗତବର୍ଷ ମଧ୍ୟ ଏହି ସମୟରେ କିଛି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏପର୍ଯ୍ୟନ୍ତ କୋଭିଡ୍‌ ଯୋଗୁ ଗୁରୁତର ହୋଇଥିବା ରୋଗୀ ସାମ୍ନାକୁ ଆସିନାହାନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ।

Comments are closed.