Latest Odisha News

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଖିଠାର; ପୁଣି ଭାଇରାଲ ହେଲା ମନ୍ଦିର ଭିତରର ଫଟୋ

ପୁରୀ: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏହାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ।

ଶ୍ରୀମନ୍ଦିର ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ପ୍ରବେଶର ଅନୁମତି ନଥିବା ବେଳେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲେ କଥା ହେଉଥିବାର ଫଟୋ ଏବେ ଭାଇରାଲ ହେଉଛି। ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଖିଠାର ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭାଇରାଲ ହୋଇଥିବା ଫଟୋଟିରେ ଯୁବକ ଜଣଙ୍କ ଶ୍ରୀମନ୍ଦିରର ଚାହାଣି ମଣ୍ଡପ ଉପରେ ଛିଡ଼ା ହୋଇ କଥା ହେଉଛନ୍ତି ।

ତେବେ ଫୋନରେ କଥା ହେଉଥିବା ଯୁବକ ଜଣଙ୍କ କିଏ ଓ ତାଙ୍କ ଫଟୋ କିଏ ଓ କେତେବେଳେ ଉଠାଇଲା ସେନେଇ ମନ୍ଦିରର ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ମାନଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ ।

Comments are closed.