ମୁମ୍ବାଇ: ଦୀର୍ଘ ଦିନ ଧରି ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଆସୁଛି। ଏହାରି ମଧ୍ୟରେ ଜଣେ ଅପରିଚିତ ପୁରୁଷ ଏବଂ ଜଣେ ମହିଳା ଅଭିନେତାଙ୍କ ମୁମ୍ବାଇ ସ୍ଥିତ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ଜୋରଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।
ଏହି ଘଟଣାରେ ମୁମ୍ବାଇ ପୋଲିସ ତୁରନ୍ତ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କୁ ପଚରାଉଚରା କରୁଛନ୍ତି।
ଖବର ଅନୁସାରେ, ଜଣେ ମହିଳା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଜୋରଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଏହି ମାମଲାରେ ଜଣେ ବ୍ୟକ୍ତି ମଧ୍ୟ ସମ୍ପୃକ୍ତ ରହିଛନ୍ତି। ତେବେ ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷାକର୍ମୀମାନେ କୌଣସି ଅପ୍ରୀତିକର ଘଟଣା ପୂର୍ବରୁ ସେମାନଙ୍କୁ ଧରି ପକାଇଥିଲେ।
ଏହା ପରେ ସୂଚନା ପାଇ ମୁମ୍ବାଇ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ତେବେ ସେମାନେ କାହିଁକି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଚାହୁଁଥିଲେ ସେନେଇ ପଚରାଉଚରା କରାଯାଉଥିବା ଜଣାପଡିଛି।
Comments are closed.