ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୭ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି। ଏଥିରେ ସମସ୍ତ ଦଳର ୫୧ ଜଣ ନେତା ଏବଂ ୮୫ ଜଣ ରାଷ୍ଟ୍ରଦୂତ ମୋଟ୍ ୩୨ଟି ଭିନ୍ନ ଭିନ୍ନ ଦେଶ ଗସ୍ତ କରିବେ।
ଏହି ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରି ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିଷୟରେ ସୂଚନା ଦେଉଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ସାଂସଦ ମାନଙ୍କର ଏକ ସର୍ବଦଳୀୟ ପ୍ରତିନିଧି ଦଳ ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ସଂସଦୀୟ ସଦସ୍ୟମାନେ ୟୁଏଇ ଫେଡେରାଲ ନ୍ୟାସନାଲ କାଉନସିଲର ପ୍ରତିରକ୍ଷା ବ୍ୟାପାର, ଆଭ୍ୟନ୍ତରୀଣ ଏବଂ ବୈଦେଶିକ ବ୍ୟାପାର କମିଟିର ସଭାପତି ଡ. ଅଲି ରସିଦ ଅଲ ନୁମାନିଙ୍କୁ ଭେଟିଥିଲେ।
ଏହି ଅବସରରେ ଡକ୍ଟର ଅଲି ରସିଦ କହିଥିଲେ ଯେ ଆତଙ୍କବାଦର କୌଣସି ଧର୍ମ କିମ୍ବା ଜାତୀୟତା ନାହିଁ। ଏହା ମାନବଜାତି ଏବଂ ସମଗ୍ର ବିଶ୍ୱ ପାଇଁ ବିପଦ। ଆମକୁ ଏକ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଭାବରେ ଏକାଠି ହେବାକୁ ପଡିବ ଏବଂ ମାନବଜାତି ପାଇଁ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିବାକୁ ପଡିବ।
Comments are closed.