Latest Odisha News

BREAKING NEWS

ପୁଣି କରୋନା ଭୟ: କେରଳ, ଦିଲ୍ଲୀ, ମୁମ୍ବାଇରେ ହାଇଆଲର୍ଟ…..

ନୂଆଦିଲ୍ଲୀ: ପୁଣି ଦେଶକୁ ଫେରିଛି କରୋନା । ଦେଶରେ ଏବେ ବଢୁଥିବା କରୋନାର ଭାରିଆଣ୍ଟ, ଏବେ ଲୋକଙ୍କ ମନରେ ନୂଆ ଭୟ ସୃଷ୍ଟି କରିଛି । ପାଖାପାଖି ୨.୫ର ବର୍ଷର ନିଦ୍ରା ପରେ ଏବେ ପୁଣି କୋଭିଡ୍ -୧୯ ଭାରତର ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ଧୀରେ ଧୀରେ ଜାଗ୍ରତ ହେବାରେ ଲାଗିଛି । ଫଳରେ ଦିଲ୍ଲୀ, କେରଳ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ହସ୍ପିଟାଲଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଏହି ମାସରେ ନୂତନ ମାମଲା ରିପୋର୍ଟ ହୋଇଛି। ଜାତୀୟ ରାଜଧାନୀରେ ଗତ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କରୋନା ଭାଇରସର ଏକାସାଙ୍ଗରେ ୨୩ଟି ମାମଲା ରିପୋର୍ଟ ହୋଇଛି । ତେବେ ଏହି ସବୁ ମାମଲା ଏତେ ଗମ୍ଭୀର ନୁହେଁ ବୋଲି ଦର୍ଶାଯାଇଛି । ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ।

ତେବେ ଦକ୍ଷିଣ ଏସିଆରେ କୋଭିଡ୍ ମାମଲା ବୃଦ୍ଧି ଜେଏନ.୧ ପ୍ରକାର ଭାରିଆଣ୍ଟର ପ୍ରସାର ଦ୍ୱାରା ଏଭଳି ମାମଲା ସାମ୍ନାକୁ ଆସିଥିବା ଆଶଙ୍କା କରାଯାଉଛି । ଏହାକୁ ନେଇ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଏହି ଭାରିଆଣ୍ଟଟି ବହୁତ ସକ୍ରିୟ ଥିଲେ ମଧ୍ୟ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପର୍ଯ୍ୟନ୍ତ ଚିନ୍ତାର କାରଣ ବୋଲି ରାଡାରକୁ ନେଇ ନାହିଁ । ଯାହାର ଲକ୍ଷଣଗୁଡ଼ିକ ସାଧାରଣତଃ ହାଲୁକା ଥାଏ ଏବଂ ସଂକ୍ରମିତ ବ୍ୟକ୍ତିମାନେ ଚାରି ଦିନ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି। କିଛି ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କାପଣ ଭଳି ଅନୁଭବ ହୋଇଥାଏ ।

ବିଗତ ଦିନ ମାନଙ୍କରେ ଦିଲ୍ଲୀରେ ୨୩ଟି କରୋନା ଭାଇରସ୍ ମାମଲା ପଞ୍ଜିକୃତ ହୋଇଛି । ଫଳରେ ଦିଲ୍ଲୀ ସରକାର ହସ୍ପିଟାଲଗୁଡ଼ିକୁ ବେଡ୍, ଅକ୍ସିଜେନ୍ ସିଲିଣ୍ଡର, ପରୀକ୍ଷା କିଟ୍ ଏବଂ ଟୀକାର ଉପଲବ୍ଧତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହଙ୍କ କହିବାନୁଯାୟୀ, ଏହା କେବଳ ଏକ ସାଧାରଣ ଇନଫ୍ଲୁଏଞ୍ଜା ପରି, ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

ସେହିପରି କେରଳାରେ ମେ ମାସରେ ୨୭୩ ଜଣ କୋଭିଡ୍ ସଂକ୍ରମଣ  ଚିହ୍ଟ ହୋଇଛି । ଯାହା ଦେଶରେ ସର୍ବାଧିକ । ଫଳରେ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାକୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ହସ୍ପିଟାଲଗୁଡ଼ିକରେ ମାସ୍କକୁ ବାଧ୍ୟତାମୂଳକ କରିଛି, ଏବଂ କାଶ ଲକ୍ଷଣ ଥିବା ଲୋକମାନଙ୍କୁ ମୁହଁ ଘୋଡ଼ାଇ ରଖିବାକୁ ପରାମର୍ଶ ଦେଇଛି ।

ପଡ଼ୋଶୀ କର୍ଣ୍ଣାଟକରେ ମଧ୍ୟ କୋଭିଡ୍ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ୩୫ ସଂକ୍ରମଣ ପଞ୍ଜିକୃତ ହୋଇଛି । ସେମାନଙ୍କ ମଧ୍ୟରେ ହୋସକୋଟର ଏକ ନଅ ମାସର ଶିଶୁ ମଧ୍ୟ ରହିଛି। ସିଭିୟର ଆକ୍ୟୁଟ୍ ରେସପିରେଟୋରି ଇଲେନେସ୍ (SARI) ର ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।  ସେହିପରି ଏହି ମାସରେ ମୁମ୍ବାଇରେ ଏପର୍ଯ୍ୟନ୍ତ ୯୫ ଟି ମାମଲା ରିପୋର୍ଟ ହୋଇଛି, ଯାହା ମହାରାଷ୍ଟ୍ରର ମୋଟ କୋଭିଡ୍ ସଂକ୍ରମଣର ଅଧିକାଂଶ। ତଥାପି, ହସ୍ପିଟାଲରେ ଭର୍ତ୍ତି ହେବାର ହାର କମ୍ ରହିଛି, କେବଳ ୧୬ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ବିଏମସି ଲକ୍ଷଣ ଥିବା ସମସ୍ତ ରୋଗୀଙ୍କ ପାଇଁ କୋଭିଡ୍ ପରୀକ୍ଷା କରିବାକୁ ପରାମର୍ଶ ଦେଇଛି।

Comments are closed.