ବ୍ରହ୍ମପୁର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ରଙ୍ଗେଇ ଲୁଣ୍ଡା ବ୍ଲକ କେଲୁଆପଲ୍ଲି ପଞ୍ଚାୟତର ପିଇଓ ଗିରଫ ହୋଇଛନ୍ତି। ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି । ବିଡିଓଙ୍କ ଅଭିଯୋଗ ଆଧାରରେ ପିଇଓ ସମୀର ମିଶ୍ରଙ୍କୁ ଗିରଫ କରାଯାଇଛି ଓ କୋର୍ଟ ଚାଲାଣ ମଧ୍ୟ ହୋଇଛନ୍ତି ।
ସୂଚନାମୁତାବକ, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ବଜିତ ରାୟ ଗୋଲନ୍ଥରା ଥାନାରେ କେଲୁଆପଲ୍ଲୀ ଗ୍ରାମପଞ୍ଚାୟତରେ ସରକାରୀ ଟଙ୍କା ବ୍ୟାପକ ହଡ଼ପ ନେଇ ଏଠାରେ କାର୍ଯ୍ୟରତ ପୂର୍ବତନ ପିଇଓ ସମୀର କୁମାର ମିଶ୍ରଙ୍କ ନାମରେ ଅଭିଯୋଗ ଆଣିଥିଲେ।ଏନେଇ ଭାରତୀୟ ନ୍ୟାୟ ସହିଂତାର ଏକାଧିକ ଧାରାରେ ଗୋଲନ୍ଥରା ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ସମୀର କୁମାର ମିଶ୍ର କେଲୁଆପଲ୍ଲୀ ଗ୍ରାମପଞ୍ଚାୟତରେ ୨୦୧୯ରୁ ପିଇଓ ଭାବେ କାର୍ଯ୍ୟରତ ଥିଲେ। ସେ ସରପଞ୍ଚଙ୍କ ଅନୁମୋଦନ ପରେ ପଞ୍ଚାୟତର ସବୁ ସରକାରୀ ଟଙ୍କାକୁ ପରିଚାଳନା କରୁଥିଲେ। ଟଙ୍କା ଉଠାଇବା ପାଇଁ ଉଭୟ ସରପଞ୍ଚ ଏବଂ ପିଇଓଙ୍କ ଦସ୍ତଖତ ଦରକାର ପଡେ , କିନ୍ତୁ ପିଇଓ ସମୀର ମିଶ୍ର ସରପଞ୍ଚଙ୍କର ଦସ୍ତଖତକୁ ନକଲ କରି ସେ ପଞ୍ଚାୟତରୁ କୋଟିଏ ୩୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣପଡ଼ିଛି।
ତେବେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଅଡିଟ ଚାଲିଥିବା ବେଳେ ପୂର୍ବତନ ପିଇଓ ନକଲି ପାସ୍ବୁକ ଦେଖାଇଥିଲେ। ପଞ୍ଚାୟତରୁ ସେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରି ନିଜର ବ୍ୟକ୍ତିଗତ କାମରେ ବ୍ୟବହାର କରିଥିଲେ।
Comments are closed.