Latest Odisha News

BREAKING NEWS

ଆଜିଠୁ ଖାଆନ୍ତୁ ଲିଚୁ; ଯକୃତ ରହିବ ସୁସ୍ଥ !

ଭୁବନେଶ୍ବର:ଗ୍ରୀଷ୍ମ ଋତୁରେ ଲିଚୁ ଖାଇବା ବହୁତ ଲାଭଦାୟକ । ଏହା ଦେଖିବାକୁ ସୁନ୍ଦର ସହ ଖାଇବାକୁ ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଭଲ । ଏହି ଫଳ କେବଳ ଶରୀରରେ ଜଳୀୟଅଂଶ ବଜାୟ ରଖେ ନାହିଁ ବରଂ ଶରୀରକୁ ଅନେକ ଲାଭ ମଧ୍ୟ ପ୍ରଦାନ କରେ। ଏଥିରେ ଫାଇବର ପ୍ରଚୁର ପରିମାଣରେ ଥାଏ, ଯାହା କୋଷ୍ଠକାଠିନ୍ୟ ରୋକିବାରେ ସାହାଯ୍ୟ କରେ।

ଲିଚୁ ଭିଟାମିନ୍ -ସିରେ ଭରପୂର, ଯାହାକୁ ସୀମିତ ପରିମାଣରେ ଖାଇବା ଦ୍ୱାରା ଆମର ଦୈନନ୍ଦିନ ଭିଟାମିନର ଆବଶ୍ୟକତା ପୂରଣ ହୁଏ। ଭିଟାମିନ୍ ସି ଆଣ୍ଟିଅକ୍ସିଡାଣ୍ଟ ଅଟେ । ଯାହା ଅନେକ ରୋଗରୁ ରକ୍ଷା କରେ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ।

ଲିଚୁରେ ସୁଗାର  ଅଧିକ ଥାଏ ତେଣୁ ଏହାକୁ ସୀମିତ ପରିମାଣରେ ଖାଇବା ଭଲ । ଜଣେ ବୟସ୍କ ବ୍ୟକ୍ତି ଦିନକୁ ପ୍ରାୟ ୧୦-୧୨ ଲିଚୁ ଖାଇପାରିବେ । ଯଦି ଆପଣଙ୍କର ମଧୁମେହ ରୋଗ ଅଛି, ତେବେ ଦିନକୁ ୬-୮ରୁ ଅଧିକ ଲିଚୁ ଖାଆନ୍ତୁ ନାହିଁ ।

ଲିଚୁ ସ୍ତନ କର୍କଟ, କୋଲନ କର୍କଟ ଏବଂ ଯକୃତ କର୍କଟ ଭଳି କିଛି ପ୍ରକାରର କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିଥାଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଲିଚୁ କର୍କଟ ରୋଗର ଅଗ୍ରଗତିକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହାସହ ଫୁସଫୁସ କର୍କଟ, ଗର୍ଭାଶୟ କର୍କଟ, କୋଲୋରେକ୍ଟଲ୍ କର୍କଟ, ଯକୃତ ଏବଂ ନାସୋଫାରିଞ୍ଜିଆଲ୍ କର୍କଟକୁ ମଧ୍ୟ ରୋକିପାରେ । ଲିଚୁ ଫଳରେ ପେରିକାର୍ପ (LFP) ରହିଛି । ଏହା କର୍କଟ-ବିରୋଧୀ ପଦାର୍ଥ ଅଟେ ଏବଂ ଏହା ଯକୃତ କର୍କଟ ସହିତ ଲଢ଼ିବାରେ ସାହାଯ୍ୟ କରିପାରେ।

ଲିଚୁ ଫଳରେ ପଲିଫେନୋଲ ରହିଛି, ଯାହା  ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ, ଲିଭର ଷ୍ଟେଟୋସିସ୍ କିମ୍ବା ଯକୃତରେ ଚର୍ବି ଜମାକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ । ଏହା ଅନ୍ତନଳୀରେ ଥିବା ଜୀବାଣୁକୁ ନିୟନ୍ତ୍ରଣ କରେ ।

ଲିଚୁ ଆପଣଙ୍କ ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ନିୟମିତ ଲିଚୁ ସେବନ ତ୍ୱଚାକୁ ସୁସ୍ଥ ଏବଂ ଉଜ୍ଜ୍ୱଳ କରିଥାଏ।

ଲିଚୁ ଭିଟାମିନ୍ ସି’ର ଏକ ଭଲ ଉତ୍ସ, ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଦଶଟି ଲିଚୁ ଫଳରେ ଆପଣ ୭୧.୫ ମିଗ୍ରା ଭିଟାମିନ୍ ସି ପାଆନ୍ତି । ଏହା ବ୍ୟତୀତ ଲିଚୁରେ ଭିଟାମିନ୍ ବି୬ ଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରେ।

ଲିଚୁକୁ ଆପଣଙ୍କ ଓଜନ ହ୍ରାସ ଖାଦ୍ୟରେ ମଧ୍ୟ ସାମିଲ କରାଯାଇପାରିବ। ଏଥିରେ କ୍ୟାଲୋରୀ କମ୍ ଏବଂ ଫ୍ୟାଟ କମ୍ ରହିଛି ।

 

Comments are closed.