Latest Odisha News

BREAKING NEWS

ଦୀଘାରୁ ହଟୁ ଜଗନ୍ନାଥ ଧାମ, ଏଭଳି ନାମକରଣ ସଂସ୍କୃତି ବିରୋଧୀ: ଗଜପତି ମହାରାଜା

ପୁରୀ: ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୋଧୀ।କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଦୀଘା ଜଗନ୍ନାଥ ମନ୍ଦିର ଏବଂ ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା।

ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ବିଶ୍ବରେ କେଉଁଠି ଏମିତି ନାମକରଣ ହୋଇନାହିଁ । ରାଜ୍ୟ ସରକାର, ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି।

ସାରା ବିଶ୍ବରେ ଗୋଟିଏ ଦିନରେ ରଥଯାତ୍ରା ହେବା ଆବଶ୍ୟକ । ଇସ୍କନ ଭାରତ ଭିତରେ ଗୋଟିଏ ଦିନରେ ରଥଯାତ୍ରା ପାଇଁ ରାଜି ଅଛି । ଏନେଇ ଆମେ ଇସ୍କନ ମୁଖ୍ୟାଳୟ ମାୟାପୁରୀକୁ ଅବଗତ କରି ସାରିଛୁ । କିନ୍ତୁ ବିଦେଶରେ ଅଦିନିଆ ରଥଯାତ୍ରା ହେଉଛି, ଯାହା ଆଦୌ ଗ୍ରହଣ ନୁହେଁ ବୋଲି କହିଛନ୍ତି ଗଜପତି। ସମଗ୍ର ବିଶ୍ବରେ ଗୋଟିଏ ପରମ୍ପରା ଅନୁସାରେ ସବୁଠି ମହାପ୍ରଭୁଙ୍କ ପ୍ରଚାର ହେବ ।

ଏନେଇ ଦୁଇ ଧର୍ମୀୟ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି। ଆଇନର ଆଶ୍ରୟ ବଦଳରେ ଆପୋଷ ଆଲୋଚନା ଜରିଆରେ ଦ୍ବନ୍ଦ୍ବ ଦୂର ନେଇ ଆଶାବାଦୀ ବୋଲି କହିଛନ୍ତି ଗଜପତି ମହାରାଜା।

Comments are closed.