ଭୁବନେଶ୍ୱର: ଗତକାଲି ପଳାଶୁଣୀ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ସାଧାରଣ ଲୋକେ ଉଦଘାଟନ କରିବା ଘଟଣା । ତୁରନ୍ତ ଏହି ପ୍ଲାଣ୍ଟକୁ ଆସନ୍ତା ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ କରି ଗlଡ଼କଣକୁ ଦୈନିକ ଆସୁଥିବା ୧୫୦ ମେଟ୍ରିକ ଟନ୍ ଶୁଖିଲା ଅଳିଆରୁ ପ୍ରଥମେ ମୁକ୍ତ କରିବାକୁ ଆଜି ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି l
ଏହା ସହ ଯଦି ୧୫୦ ମେଟ୍ରିକ ଟନ୍ ଆସନ୍ତା ମଙ୍ଗଳବାର ସୁଦ୍ଧା ପଳାଶୁଣୀ ନ ଯିବ ଆମେ ବୁଧବାର ଠାରୁ ଗlଡ଼କଣ ଅଳିଆଗଦାକୁ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତରେ କୌଣସି ଅଳିଆ ଗାଡ଼ିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି l
ସେହିପରି ସୈନିକ ସ୍କୁଲ, ଗାଡ଼କଣ ଡ଼ମ୍ପିୟାର୍ଡ଼ରେ ଓଦା ବର୍ଯ୍ୟବସ୍ତୁ ଟ୍ରିଟମେଣ୍ଟ କରିବା ସମୟରେ ତାର ବିଷାକ୍ତ ଅତି ଦୁର୍ଗନ୍ଧ ଗ୍ୟାସ ରୋକିବାକୁ ଅଧିକ ଉଚ୍ଚତା ବିଶିଷ୍ଟ ଆବଦ୍ଧ ପ୍ରାଚୀର ନିର୍ମାଣ ସହ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଛି l ଓଦା ଅଳିଆ ପାଇଁ ଯେହେତୁ ସମୟ ଲାଗିବ ସେଥିପାଇଁ ସୈନିକ ସ୍କୁଲ ଅଳିଆଗଦା ଠାରେ ଥିବା ଓଦା ଅଳିଆ ପ୍ରକିୟାକରଣ ପାଇଁ ସେଡ ନିର୍ମାଣ କରାଯାଇଛି l ସେଠାରୁ ଦୁର୍ଗନ୍ଧ ପୁରା ଅଂଚଳକୁ ଦୂଷିତ କରିବା ସହ ପରିବେଶକୁ କ୍ଷତି କରୁଛି l
ସେଥିରୁ ନିର୍ଗତ ଆବର୍ଜନା ପାଣି ଡ୍ରେନକୁ ଯାଇ ଭୁତଳ ଜଳ ପୁରା ନଷ୍ଟ ହୋଇଗଲାଣି l ସେଥିପାଇଁ ଆମେ ଏହାକୁ ସମ୍ପୂର୍ଣ୍ଣ ନିବୁଜ ଘର କରିବା ସହ ପବନ ବାହାରକୁ ନ ଯିବା ବ୍ୟବସ୍ଥା କରିବା ସହ ବଡ଼ ବଡ଼ ଶିଳ୍ପlନୁଷ୍ଠାନରେ ବ୍ୟବହାର ହେଉଥିବା ପଙ୍ଖା ଲଗାଯାଇ ସେହି ଦୁର୍ଗନ୍ଧ ପବନକୁ ଶୁଦ୍ଧ କରି ଉପରକୁ ଛାଡିଲେ ଏହି ଅଂଚଳର କିଛି କ୍ଷତି ହେବନାହିଁ l ଦୁର୍ଗନ୍ଧ କମିଯିବ l ଯେହେତୁ ଆସନ୍ତା ସପ୍ତାହରେ ବର୍ଷା ଆସିଯିବ ଏହି ଗନ୍ଧ ଦୁଇଗୁଣ ବଢ଼ିଯିବ l ସେଥିପାଇଁ ଅଭିଯାନ ଯୁଦ୍ଧ କାଳୀନ ବ୍ୟବସ୍ଥା କରିବାକୁ ଚାହୁଁଛି ନ ଚେତ ପୁଣି ୬ ମାସ ବିଳମ୍ବ ହୋଇଯିବ ବୋଲି ବାସୁଦେବ ଭଟ୍ଟ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି l
ସୈନିକ ସ୍କୁଲ ଅଳିଆଗଦାର ଖାଲି ହୋଇଯାଇଥିବା ସ୍ଥାନରେ ଅଳିଆ ପୋତାଯାଇଛି, ସେଥିରେ ତିନି ଫୁଟ ମାଟି ଓ ବାଲି ପକେଇ ଗଛ ଲଗାଇ ସୈନିକ ସ୍କୁଲ ପୁରୁଣା ଛାତ୍ର ସଂଘ ଓ ବର୍ତ୍ତମାନ ଅଭିଭାବକ ସଂଘ ସହ ସ୍ଥାନୀୟ ସଂଗଠନ ମାନଙ୍କୁ ନେଇ ଏକ ବୃହତ ବନୀକରଣ କରାଯାଉ l ସ୍ଥାନୀୟ ଧୀରୀକୁଟି ବସ୍ତି ପାଖରେ ଖାଲି ଥିବା ଜାଗାକୁ ପାଚେରୀ କରାଯାଇଛି, ସେଠାରେ ପୁଣି ତିନି ଫୁଟ ମାଟି ଓ ବାଲି ପକାଇ ସମାନ କରିବା ସହ ସେଠାରେ ବିଏମସି ତୁରନ୍ତ ଗଛ ଲଗାଇ ବନୀ କରଣ କରନ୍ତୁ ବୋଲି ଶ୍ରୀ ଭଟ୍ଟ କହିଛନ୍ତି ।
ସୂଚନାଯୋଗ୍ୟ, ୫୦୦ରୁ ଉର୍ଦ୍ଧ୍ବ ଲୋକ ରବିବାର ଦିନ “ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ”ର କର୍ମକର୍ତ୍ତାଙ୍କ ଉପସ୍ଥିତରେ ଦୀର୍ଘ ଆଠ ମାସରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ହୋଇ ସାରିଥିବା ପଳାଶୁଣୀ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ନଡ଼ିଆ ବାଡେଇ ଲୋକାର୍ପଣ କରିଦେଇଛନ୍ତି l ପୂର୍ବରୁ ବିଏମସି ଅଫିସିଆଲ ମାନଙ୍କ ସହ ମିଳିତ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ ବେଳେ ଅଭିଯାନ କର୍ମକର୍ତ୍ତା ମାନେ ଗlଡ଼କଣ ଅଳିଅଗଦା ସହ ପ୍ରସ୍ତାବିତ ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟର ସରଜମିନ ସର୍ବେକ୍ଷଣ କରିଥିଲେ l ପଳାଶୁଣୀର ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯେହେତୁ ପୁରା ପ୍ରସ୍ତୁତ ହୋଇଥିଲା ଶୀଘ୍ର କାଯ୍ୟକ୍ଷମ କରିବାକୁ ଅଭିଯାନ କହିଥିଲା l ସେତେବେଳେ ଦୁଇଦିନ ମଧ୍ୟରେ ନକଲେ ସାଧାରଣ ଲୋକ ଲୋକାର୍ପଣ କରିବେବୋଲି ଚେତାବନୀ ମଧ୍ୟ୍ୟ ଦେଇଥିଲl l ସାଧାରଣ ଲୋକ ଗତ ୨୫ ତାରିଖରେ ଲୋକାର୍ପଣ କରିବା ପରେ ଏହା ପୁରା ପ୍ରସ୍ତୁତ ହୋଇଛି l
Comments are closed.