Latest Odisha News

ସେନାର ଅପରେସନ୍ ଆତଙ୍କୀ ଖୋଜା: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର: ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବା ସତ୍ତ୍ୱେ ବି ଆତଙ୍କବାଦୀଙ୍କ ଚେତା ପଶୁନି। ଜମ୍ମୁ-କାଶ୍ମୀରର କାଠୁଆ ଓ ସାମ୍ବା ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଠି। ସେନା ଏବେ ଆତଙ୍କୀ ଖୋଜା ଅପରେସନ୍ ଚଳାଇଛି। କଠୁଆରେ ଆତଙ୍କୀ ଲୁଚିଥିବା ନେଇ ଆଲର୍ଟରେ ସୁରକ୍ଷାକର୍ମୀ। ସେନା, CRPF ଓ ପୋଲିସର ମିଳିତ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବାହିନୀ । ବାଣୀ ଅଞ୍ଚଳର ଲୋୱାଙ୍ଗ ଏବଂ ସାର୍ଥାଲରେ ଜମ୍ମୁ-କାଶ୍ମୀର ପୋଲିସ୍‌, ସେନା ଓ ସିଆରପିଏଫ ଯବାନଙ୍କ ମିଳିତ ଟିମ୍ ଏହି ଅପରେସନ କରୁଛନ୍ତି।

ସେହିପରି ସାମ୍ବା ଜିଲ୍ଲାରେ ମଧ୍ୟ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ମନୋହର ଗୋପାଳ ଓ ଶଥଳା କ୍ୟାମ୍ପ ଅଞ୍ଚଳରେ ଜମ୍ମୁ-କାଶ୍ମୀର ପୋଲିସ୍ ପକ୍ଷରୁ ଆଜି ସକାଳୁ ସର୍ଚ୍ଚ ଅପରେସନ ଜୋରଦାର କରିଛି। ଅନ୍ୟପଟେ କିସ୍ତୱାର ଜିଲ୍ଲାର ଛାତ୍ରୁ ଅଞ୍ଚଳରେ ଚାଲୁଥିବା ସର୍ଚ୍ଚ ଅପରେସନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ସୂଚନାଯୋଗ୍ୟ, ଗତ ମେ ୨୨ ତାରିଖରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜଣେ ସେନା ଯବାନ ସହିଦ ହୋଇଥିଲେ।

Comments are closed.