ଭୁବନେଶ୍ୱର: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଏମ୍ ଅମ୍ବାନୀ ମଙ୍ଗଳବାର ରାତିରେ ପୁରୀରେ ପହଞ୍ଚିବେ। ଏହାପରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ।
ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୧୦.୪୫ ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆକାଶ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ପରେ ସେ ବିମାନ ବନ୍ଦରରୁ ସଡ଼କ ପଥଦେଇ ପୁରୀ ଯିବେ। ସେ ମଧ୍ୟରାତ୍ରିରେ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିରରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେବେ। ଏହା ପରେ ଆକାଶ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ସହ ଘରକୁ ଫେରିବେ ବୋଲି ଜଣାପଡ଼ିଛି।
ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ (RJIL) ର ଅଧ୍ୟକ୍ଷ ହେଉଛନ୍ତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ।
Comments are closed.