ଭୁବନେଶ୍ୱର: ଦେଶରେ କୋଭିଡ ସଂଖ୍ୟା ୧ ହଜାର ଟପିଲାଣି। ଯାହାକୁ ନଜରରେ ରଖି ଆସନ୍ତାକାଲି ଦିନ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।
ଦେଶରେ ବଢୁଥିବା ମାମଲାକୁ ଦେଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। ଯେଉଁ ଦୁଇଟି ଭାରିଆଣ୍ଟ କଥା କେନ୍ଦ୍ର ସରକାର କହୁଛନ୍ତି ତାହା ଏତେ ମାରାତ୍ମକ ନୁହେଁ। ଓଡ଼ିଶାରେ ଗୋଟେ ହିଁ କେଶ ଆସିଛି। ଉକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଏବଂ ତାଙ୍କ ପରିବାରରେ କାହାର ଲକ୍ଷଣ ନାହିଁ।
ତେବେ ଗାଇଡଲାଇନ ପରିବର୍ତ୍ତନ ହୋଇଛି। ଲକ୍ଷଣ ନଥିଲେ ପରିବାର ଲୋକଙ୍କ ଟେଷ୍ଟ ହେବନି। ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର, ଆଇସିଏମଆର, ଡବ୍ଲୁଏଚଓ ସହ ସମ୍ପର୍କରେ ଅଛି। ବ୍ୟସ୍ତ ହେବାର ନାହିଁ ବୋଲି ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
Comments are closed.