Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ୍ ବୋମା’ ରାୟ ଶୁଣାଣି, ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ

ପାଟଣାଗଡ଼: ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ରାୟ। ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ ଏଡିଜେ କୋର୍ଟ। ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ

୨ ହଜାର ପୃଷ୍ଠାର ଚାର୍ଜସିଟ୍ ଓ ୬୦ରୁ ଅଧିକ ସାକ୍ଷ୍ୟଗ୍ରହଣ ସହ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ପରେ ଦୋଷୀ ସାବ୍ୟସ୍ତ ହୋଇଛି ପୁଞ୍ଜିଲାଲ। ୧୮ ଫେବ୍ରୁଆରୀ ୨୦୧୮ ରେ ପାଟଣାଗଡରେ ସୌମ୍ୟଶେଖର ଓ ରିମାଙ୍କ ବିବାହ ହୋଇଥିଲା। ୨୩ ତାରିଖରେ ରିସେପସନରେ ମିଳିଥିବା ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ୍ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା।

ଭଇଁଷା କଲେଜ୍ ଅଧ୍ୟକ୍ଷା ତଥା ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁଙ୍କ ସହ ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ରଚିଥିଲେ ଷଡଯନ୍ତ୍ର। ବୋମା ନିଜେ ତିଆରି କରି ଏହାକୁ କୋରିୟର୍ ସଂସ୍ଥା ଜରିଆରେ ସଂଯୁକ୍ତାଙ୍କ ଘରକୁ ପଠାଇଥିଲା। ଆଉ ପାର୍ସଲ ଖୋଲିବା ପରେ ହୋଇଥିବା ବିସ୍ଫୋରଣରେ ପୁଅ ସୌମ୍ୟ ଓ ଶାଶୁଙ୍କ ଯାଇଥିଲା ଜୀବନ। ଶୁଣାଣି ର୍ପୂବରୁ ପାଟଣାଗଡ଼ କୋର୍ଟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Comments are closed.