Latest Odisha News

ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ିଭଡ଼ା ଖର୍ଚ୍ଚରେ କଲେ ସଂଶୋଧନ।

ଏନେଇ ଏକ ନୋଟିସ୍‌ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଫଳରେ ଏବେ ବୃଦ୍ଧି ପରେ ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କା ହୋଇଛି। ସେହିପରି ଜିଲ୍ଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦ ଟଙ୍କାକୁ ବୃଦ୍ଧି ପାଇଛି।

Comments are closed.