ସୁନ୍ଦରଗଡ:ସୁନ୍ଦରଗଡ଼ ଖଣି ଚୋରି ମାମଲାର ଭିଜିଲାନ୍ସ ଏସ୍ଆଇଟି କରୁଛି ଖୋଳତାଡ। ଏଥିପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ଭିଜିଲାନ୍ସ ଏସ୍ଆଇଟି ଟିମ୍। ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲନଡିହି, ରତନସରା, ଭୋଗ୍ରାକଛାର, ଜାମକାନି ଜଙ୍ଗଲରେ ଥିବା ଚୋରା କୋଇଲା ଖଣି ଗ୍ରାଉଣ୍ଡରେ ପହଞ୍ଚି ଏସ୍ଆଇଟି ତଦନ୍ତ ଆରମ୍ଭ କରିଛି ।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗୋପାଳପୁର ଫରେଷ୍ଟ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଥିବା ଚୋରା କୋଇଲା ଖଣିରୁ ବର୍ଷ ବର୍ଷ ଧରି ମାଫିଆ ମାନେ ବେଆଇନ ଭାବେ କୋଇଲା ଚାଲାଣ କରୁଥିଲେ ।
ରାଜ୍ୟ ସରକାରଙ୍କ ଖଣି ବିଭାଗର ସ୍ବତନ୍ତ୍ର ଟିମ୍ ତଦନ୍ତ କରିବା ଫେରିବା ପରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଭିଜିଲାନସକୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ବିଶେଷକରି ଖଣିଦୁର୍ନୀତି ସମ୍ପର୍କରେ ସବୁବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆସିଛନ୍ତି। ଖଣି ଦୁର୍ନୀତିର ମୁଳୋତ୍ପାଟନ କରାଯିବ ବୋଲି ସେ ବାରମ୍ୱାର କହି ଆସିଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଭିଜିଲାନସକୁ ନିର୍ଦ୍ଦେଶ ଦେଇଥିଲେ ।
Comments are closed.