ନୂଆଦିଲ୍ଲୀ: ୨୦୨୪ ବର୍ଷ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଭଲ ନଥିଲା। ଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ଖାଲି ଇସ୍ତଫା ଦେଇନଥିଲେ, ସ୍ଥିତି ଏମିତି ହୋଇଥିଲା ଯେ, ଶେଷରେ ଲୁଚିକି ଦେଶ ଛାଡିଥିଲେ ହସିନା । କିନ୍ତୁ ବର୍ତ୍ତମାନ ବାଂଲାଦେଶ ରାଜନୀତିରେ ବିଦ୍ରୋହ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି।
ବାଂଲାଦେଶର ଏକ ପ୍ରମୁଖ ସମ୍ବାଦପତ୍ର ପ୍ରଥମ ଆଲୋର ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ଓକିଲ ମହମ୍ମଦ ତାଜୁଲ ଇସଲାମ କୋର୍ଟରେ ଶୁଣାଣି ସମୟରେ ଶେଖ ହସିନାଙ୍କ ସହ ଜଡିତ ଏକମ ତଥ୍ୟ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି ଯେ ୫ ଅଗଷ୍ଟ, ୨୦୨୪ରେ ଯେତେବେଳେ ସେନା ଅଧିକାରୀମାନେ ବିଦ୍ରୋହ ସମୟରେ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ କହିଥିଲେ, ସେତେବେଳେ ଶେଖ କହିଥିଲେ ମୋତେ ଗୁଳି କରି, ଏଠାରେ ବଙ୍ଗଭବନ (ରାଷ୍ଟ୍ରପତିଙ୍କ ବାସଭବନ)ରେ କବର ଦେଇଦିଅ ବୋଲି କହିଥିଲେ । ପଦରୁ ଇସ୍ତଫା ଦେବା ପୂର୍ବରୁ ଏହା ଥିଲା ଶେଖ ହସିନାଙ୍କ ଶେଷ ଶବ୍ଦ। ଏହା ପରେ ସେ ବାଂଲାଦେଶ ଛାଡି ଭାରତରେ ଆଶ୍ରୟ ନେଇଥିଲେ।
୫ ଅଗଷ୍ଟ, ୨୦୨୪ରେ ବାଂଲାଦେଶରେ ଶେଖ ହସିନା ସରକାରକୁ ପରାଜିତ କରାଯାଇଥିଲା। ତାଙ୍କ ପରେ ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ କରାଯାଇଥିଲା। ସେ କିଛି ମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ହୋଇଥିଲେ। ହେଲେ ବହୁ ମାସ ହେବା ପରେ, ଏବେ ବାଂଲାଦେଶ ସେନା ଚାହୁଁଛି ନିର୍ବାଚନ କରିବା ପାଇଁ । ଏଥିସହିତ ବାଂଲାଦେଶରେ ଛାତ୍ରମାନେ ନିରନ୍ତର ପ୍ରତିବାଦ କରୁଛନ୍ତି ଏବଂ ମହମ୍ମଦ ୟୁନୁସ ସରକାରଙ୍କ ବିରୁଦ୍ଧରେ କ୍ରୋଧ ପ୍ରକାଶ କରୁଛନ୍ତି।
ଗତବର୍ଷ ଶେଖ ହସିନା ସରକାରଙ୍କ ପତନ ପରେ, ସେନା କ୍ଷମତା ଅକ୍ତିଆର କରିଥିଲା। ଏପରି ପରିସ୍ଥିତିରେ, ଏବେ ସେନା ଚାହୁଁଛି ଯେ ଦେଶରେ ଯଥାଶୀଘ୍ର ନିର୍ବାଚନ ହେଉ, ଯାହା ଦ୍ଵାରା ସେନା ତା’ର ବାରାକକୁ ଫେରିପାରିବ। ଶେଖ ହସିନା କ୍ଷମତା ଛାଡିବା ପରେ, ବାଂଲାଦେଶର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘନ ଘନ ବୈଠକ ରୁଛି ସେନା । ପାଞ୍ଚ ଜଣ ଲେଫ୍ଟନାଣ୍ଟ ଜେନେରାଲ, ଆଠ ଜଣ ମେଜର ଜେନେରାଲ (ଜିଓସି), ସ୍ୱାଧୀନ ବ୍ରିଗେଡର କମାଣ୍ଡିଂ ଅଫିସର ଏବଂ ସେନା ମୁଖ୍ୟାଳୟର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ବାଂଲାଦେଶ ସେନାର ଜରୁରୀକାଳୀନ ବୈଠକରେ ଅଂଶଗ୍ରହଣ କରିଥିଲେ। ହେଲଷ କିଛଇ ଲାଭ ହେଉନାହିଁ । ୟୁନୁସ ଶୀଘ୍ର ନିର୍ବାଚନ ଚାହୁଁନଥିବା ବେଳେ, ଏବେ ସେନା ଏବଂ ୟୁନୁସ ସରକାରଙ୍କ୍ ମଧ୍ୟରେ ଖିଟପିଟ୍ ଚାଲିଛି । ଅନ୍ୟପଟେ ୟୁନୁସଙ୍କ ସମର୍ଥକ, ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
Comments are closed.