ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୱାଶିଂଟନରେ ଆମେରିକାର ଉପସଚିବ ଜେଫ୍ରି କେସଲରଙ୍କୁ ଭେଟିଛନ୍ତି । ସେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିଛନ୍ତି। ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି।
ବିକ୍ରମ ମିଶ୍ରୀଙ୍କ ଏହି ଗସ୍ତ ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଏକ ପରବର୍ତ୍ତୀ ପର୍ଯ୍ୟାୟ।
ସେମାନେ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଭାରତ-ଆମେରିକା ରଣନୈତିକ ବାଣିଜ୍ୟ ଆଲୋଚନାର ଶୀଘ୍ର ଆୟୋଜନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ବୋଲି ଦୂତାବାସ କହିଛି।
Foreign Secretary Vikram Misri met Under Secretary Jeffrey Kessler to advance 🇮🇳🇺🇸 cooperation in critical & emerging technologies. They also discussed early convening of the India-US Strategic Trade Dialogue to deepen tech & trade collaboration. pic.twitter.com/QocLyCMVQd
— India in USA (@IndianEmbassyUS) May 28, 2025
ଏହା ପୂର୍ବରୁ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ସୋମବାର ଜାରି ଏକ ବିବୃତ୍ତିରେ କହିଥିଲା ଯେ, ମିଶ୍ରୀ ଆମେରିକା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବା ପାଇଁ ମେ ୨୭ ରୁ ୨୯ ପର୍ଯ୍ୟନ୍ତ ୱାଶିଂଟନ ଗସ୍ତରେ ରହିବେ।
ମନ୍ତ୍ରଣାଳୟ କହିଛି ଯେ, ଏହି ଗସ୍ତ ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଏକ ଅନୁସରଣ, ଯେତେବେଳେ ଦୁଇ ଦେଶ ‘ଭାରତ-ୟୁଏସ କମ୍ପାକ୍ଟ(ସାମରିକ ସହଭାଗୀତା, ତ୍ୱରିତ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ସୁଯୋଗକୁ ପ୍ରୋତ୍ସାହିତ କରିବା) ନାମକ ଏକ ନୂତନ ସହଭାଗୀତା ଆରମ୍ଭ ହୋଇଥିଲା।
Comments are closed.