ବଲାଙ୍ଗୀର: ବଲାଙ୍ଗୀର ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ରାୟ ପ୍ରକାଶ ପାଇଥିବାବେଳେ ଏଥିରେ ଏକମାତ୍ର ଦୋଷୀ ପୁଞ୍ଜିଲାଲକୁ ଆଜୀବନ ଜେଲ୍ ଦଣ୍ଡ ହୋଇଛି । ଏହି ଘଟଣାରେ ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୋର୍ଟଙ୍କ ରାୟ ଆମ ପୁରା ଟିମ୍ କୁ ସନ୍ତୋଷ ଦେଇଛି ।
ଅରୁଣ ବୋଥ୍ରା କହିଛନ୍ତି ଯେ, ଏହି ମାମଲା ଆମ ପାଇଁ ବହୁତ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । କାରଣ ଏହି ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀନଥିଲେ । ପୁଞ୍ଜିଲାଲ ମାମଲାରେ ଫୋରେନସିକ୍ ପ୍ରମାଣ ତଥ୍ୟ ଦେଇଥିଲା । କାରଣ ଯେଉଁଥିରେ ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, ସେଥିରେ ଫୋରେନସିକ୍ ପ୍ରମାଣ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ତଦନ୍ତ ବେଳେ ପୁଞ୍ଜିଲାଲ ଲେଖିଥିବା ଚିଠି ଆମର ସବୁ ରାସ୍ତା ଖୋଲି ଦେଇଥିଲା । ତାର ଭାଷା ଓ ଲେଖିବା ଶୈଳୀ ଉଚ୍ଚକୋଟୀର ହୋଇଥିବାରୁ ସନ୍ଦେହ ହୋଇଥିଲା । ପରେ ଏହା ଜଣେ ଶିକ୍ଷିତ ଲୋକର କାମ ବୋଲି ସନ୍ଦେହ କରି ତଦନ୍ତ ଆଗକୁ ବଢିଥିଲା ।
ସେହିପରି, ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ୍ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଖୋଳ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ୍ ହୋଇଥିଲା ।ଏହାପରେ ତାକୁ ବୋମା ତିଆରି ପାଇଁ ଡେମୋ ଦେଖାଇବାକୁ ମନାଇଥିଲୁ । ଏହାପରେ ସମସ୍ତ ସତ୍ୟ ସାମ୍ନାକୁ ଆସିଯାଇଥିଲା ।
Comments are closed.