ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ପାଲଟିବ ଏଭରିଥିଂ। ଆପଣ ଏଠାରେ ଖବରଠାରୁ ମନୋରଞ୍ଜନ ଏବଂ ପେମେଣ୍ଟ ପର୍ଯ୍ୟନ୍ତ ସୁବିଧା ମଧ୍ୟ ପାଇପାରିବେ। କାରଣ ମସ୍କ ଏହାର କ୍ଷମତା ବୃଦ୍ଧି କରିବା ସହ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବଂ ନୂଆ ଫିଚର୍ ଭାବେ ‘X Money’ ଲଞ୍ଚ କରିଛନ୍ତି। ଯାହା ଏକ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ହେବ। ମସ୍କଙ୍କ ଲକ୍ଷ୍ୟ ହେଉଛି X କୁ ଚୀନର WeChat ପରି ଏକ ଆପ୍ ରେ ପରିଣତ କରିବା। ଯେଉଁଠାରେ ୟୁଜର୍ସ ଚାଟ୍ କରିପାରିବେ, କଣ୍ଟେଣ୍ଟ ଦେଖିପାରିବେ ଏବଂ ଆର୍ଥିକ କାରବାର ମଧ୍ୟ କରିପାରିବେ।
ଏହି ଫିଚର୍ ବର୍ତ୍ତମାନ ବିଟା ପରୀକ୍ଷଣ ପର୍ଯ୍ୟାୟରେ ଅଛି ଏବଂ ଏହାକୁ ସୀମିତ ସଂଖ୍ୟକ ୟୁଜର୍ସଙ୍କ ପାଇଁ ଆରମ୍ଭ କରାଯାଇଛି। ମସ୍କ କହିଥିଲେ ଯେ ଯେହେତୁ ଏହି ଫିଚର୍ ଲୋକଙ୍କ ସଞ୍ଚୟ ସହିତ ଜଡିତ, ତେଣୁ ଏହାକୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ସହିତ ସତର୍କତାର ସହ ଲଞ୍ଚ କରାଯାଉଛି।
ଚଳିତ ବର୍ଷ ଆରମ୍ଭରେ, X ସିଇଓ ଲିଣ୍ଡା ୟାକାରିନୋ କହିଥିଲେ ଯେ ୟୁଜର୍ସମାନେ ଭିସା ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡଗୁଡ଼ିକୁ ସେମାନଙ୍କର X Money ୱାଲେଟ୍ ସହିତ ଲିଙ୍କ୍ କରିପାରିବେ। ଏହା ତୁରନ୍ତ ୱାଲେଟ୍ ରିଚାର୍ଜ, P2P (ପିଅର-ଟୁ-ପିଅର) ପେମେଣ୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନକୁ ଅନୁମତି ଦେବ। ତେବେ ଏହା GPay ଏବଂ PhonePe ପରି ଲୋକପ୍ରିୟ ଅନଲାଇନ ପେମେଣ୍ଟ ଆପ ପରି କାମ କରିବ।
Comments are closed.