ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରିଥିଲେ । ଏହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । କୋହଲିଙ୍କୁ ମଧ୍ୟ ଏଥିନେଇ ଟ୍ରୋଲ କରାଗଲା । ଟେକ୍ନିକାଲ ଭୁଲ ଯୋଗୁ ଏହା ହୋଇଛି ବୋଲି କୋହଲି ସଫେଇ ଦେଇଥିଲେ । ଏବେ ଏହି ଘଟଣା ନେଇ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ମୁହଁ ଖୋଲିଛନ୍ତି । ଦୁଃଖର କଥା ଜଣଙ୍କ ଗୋଟିଏ ଲାଇକ ବି ଖବର ହେଉ ଯାଉଛି । ଆମ ପାଖରେ ସତରେ କଣ କିଛି କାମ ନାହିଁ । ଏହା କଣ ଏକ ମସ୍ତବଢ ଭୁଲ । ବିବାଦ ଏବଂ କୋହଲିଙ୍କ ଲାଇକ ଯୋଗୁ ଅବନୀତଙ୍କ ୨ ମିଲିୟନ ଫଲୋର୍ସ ବଢ଼ି ଯାଇଛନ୍ତି ।
ସେଲିବ୍ରେଟିଙ୍କ ପ୍ରତ୍ୟେକ କଥା ଉପରେ ଏତେ ନଜରର ଆବଶ୍ୟକତା ରହିଛି କି ? ଅବନୀତଙ୍କ ଫଲୋର୍ସ ବଢ଼ିବା ବଡ କଥା ନୁହେଁ । ଯେଉଁ କାରଣ ନେଇ ବଢ଼ିଲା ତାହା ମୁଁ କହୁଛି । ଏହା ମୋର ବ୍ୟକ୍ତିଗତ ମତ ଥିଲା, ଏହାକୁ ମଧ୍ୟ ଲୋକମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଅବନୀତଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ କାହାଣୀ ତିଆରି ହୋଇ ଯାଇଥିଲା । ଏପରିକି କୋହଲି ଓ ଅନୁଷ୍କା ପରସ୍ପରକୁ ଛାଡିବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା ।
Comments are closed.