Latest Odisha News

BREAKING NEWS

ବିଏମସି କମିଶନରଙ୍କ ବିରୁଦ୍ଧରେ ମୈତ୍ରୀ ବିହାର ଥାନାରେ ଏତଲା

ଭୁବନେଶ୍ୱର: ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ କରି ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ମୈତ୍ରୀ ବିହାର ଥାନାରେ ଏତଲା ଦିଆଯାଇଛି । ବିଏମସି ଗlଡ଼କଣ ଡମ୍ପି ୟାର୍ଡ଼ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ଦୈନିକ ମାତ୍ର ୧୫ ମେଟ୍ରିକ ଟନ୍ ଅଳିଆ ପ୍ରକ୍ରିୟା କରଣ ପାଇଁ ସ୍ଥାପନ ପାଇଁ ଅନୁମତି ନେଇ ଦୈନିକ ୩୫୦ ରୁ ଉର୍ଦ୍ଧ ମେଟ୍ରିକ ଟନ ଅଳିଆ ଗଦେଇବା ସହ ବହୁତ କାମ ପ୍ରକ୍ରିୟାକରଣ କରୁଛି । କିପରି ସ୍ଥାପନ ପାଇଁ ଅନୁମତିରେ ଏହି ଅଳିଆଗଦାକୁ ବେଆଇନ ଭାବେ ଚଳେଇଲେ ସେନେଇ ଅଭିଯୋଗ ହୋଇଛି ।

ରାଜ୍ୟର ପ୍ରକଳ୍ପ ପ୍ରଭାବ ଆକଳନ ସ୍ୱୀକୃତି ବା SEIAAର ବିନା ପରିବେଶ ସୁରକ୍ଷା ଅନୁମୋଦନରେ ଜାଲି କାଗଜ ପତ୍ର ଦେଖାଇ ଆଇନକୁ ଉଲ୍ଲଙ୍ଘନ କରି ସଠିକ ଅନୁମୋଦନ ନନେଇ ସୈନିକସ୍କୁଲ ଠାରେ ଅଳିଆଗଦା କରିଚାଲିଛନ୍ତି l ଭାରତୀୟ ନ୍ୟାୟ ସଂହିତା ଧାରା ୩୩୬, ୩୩୭, ୩୩୮, ୩୩୯, ୩୪୦, ୩୪୩, ରେ ଜାଲିଆତି କରିବା, ଧାରା ୩୧୬, ୩୧୭, ୩୧୮, ୩୧୯, ୩୨୦, ୩୨୧ ଚିଟିଙ୍ଗ କରିବା, ଧାରା ୨୯୦, ୨୭୬, ୨୭୭, ୨୭୮, ୨୭୯ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚେଇବା ସହ ଛାତ୍ର ଛାତ୍ରୀ ମାନଙ୍କ କ୍ଷତି ପାଇଁ ଜେଜେ ଆକ୍ଟ ୨୦୧୫ ଅନୁସାରେ କେସ କରିବାକୁ ଦାବି କରିଛି ପରିଷଦ l

ସହରର ହଜାର ହଜାର ପିଲା ଓ ଜନସାଧାରଣଙ୍କୁ ଦୁର୍ଗନ୍ଧ ଓ ଭୟlନକ କୀଡୀନି ରୋଗ, ଚର୍ମ ରୋଗରେ ପୀଡିତ କରାଇବା ଅଭିଯୋଗ କରି ବିଏମସି କମିଶନରଙ୍କ ବିରୁଦ୍ଧରେ ମୈତ୍ରୀ ବିହାର ଥାନାରେ ଏତଲା ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ ତରଫରୁ ଆଜି ଭୁବନେଶ୍ୱର ଉନ୍ନୟନ ପରିଷଦ l

ଗତକାଲି ମଧ୍ୟ ପ୍ରବଳ ବର୍ଷା ସତ୍ୱେ ଗlଡ଼କଣ ଡମ୍ପିଙ୍ଗୟାର୍ଡ଼ ଗେଟ ସମ୍ମୁଖରେ ଅଳିଆଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ଜନପ୍ରତିବାଦ ଅନୁଷ୍ଠିତ ହୋଇଥିଲା l ରବିବାର ପଳାଶୁଣୀସ୍ଥିତ ଶୁଖିଲା ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସାଧାରଣ ଲୋକଙ୍କ ଦ୍ୱାରା ନଡ଼ିଆ ବାଡେଇ ଶୁଭ ଉଦଘାଟନ କରାଯିବ l ପରେ ସେଠାରେ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ହେଵା କଥା l ଦୈନିକ ୩୫୦ ମେଟ୍ରିକ ଟନ୍ ଶୁଖିଲା ଓ ଓଦା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି l

ସେଥିପାଇଁ ସେହି ଅଞ୍ଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଞ୍ଚିବା ଦୁର୍ବିସହ ହୋଇ ପଡିଛି l ଯଦି ଦୈନିକ ୧୫୦ ଟନ୍ ଶୁଖିଲା ଅଳିଆ ପଳାଶୁଣୀରେ ପ୍ରୋସେସିଂ ହେବ ତେବେ ଗlଡ଼କଣରୁ ଅଳିଆ କମିଯିବ l ସେପଟେ ବିଏମସିର ପୂର୍ବ ପ୍ରତିଶୃତି ଅନୁଯାଇ ସାତ ଦିନ ଭିତରେ ତାକୁ ଚାଲୁ କରିବା କଥା l ବର୍ତ୍ତମାନ ବର୍ଷାଋତୁ ଆରମ୍ଭରେ ଦୁର୍ଗନ୍ଧରେ ରହି ହେଉନି ଆଗକୁ ଅଧିକ ବର୍ଷା ହେଲେ ସ୍ଥିତି ସଂଗୀନ ହୋଇ ପଡିବ l

ତେଣୁ ଆଜି ଅଭିଯାନର ବରିଷ୍ଠ ସଦସ୍ୟ ତଥା ଭୁବନେଶ୍ୱର ଉନ୍ନୟନ ପରିଷଦର ସଭାପତି ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ଚିନ୍ତାମଣି ବାରିକ, ନିରୁପମା ପlତ୍ର, ଅସିତା ମହାନ୍ତି ଆଦି କର୍ମକର୍ତ୍ତା ମୈତ୍ରୀ ବିହାର ଥାନା ଅଧିକାରୀ ରବୀନ୍ଦ୍ର ବେହେରାଙ୍କୁ ଭେଟି ଏତଲା ଦେଇଥିଲେ l

Comments are closed.