କାଠମାଣ୍ଡୁ: ଚୀନ୍ ତାର ନାଗରିକମାନଙ୍କୁ ଭାରତ-ନେପାଳ ସୀମାନ୍ତ ଅଞ୍ଚଳକୁ ନଯିବାକୁ ଚେତାବନୀ ଦେଇଛି। ନେପାଳରେ ଥିବା ଚୀନ୍ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଏ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛି। ନିକଟରେ ଭାରତୀୟ ସୀମା ସୁରକ୍ଷା ବଳ ନେପାଳ-ଭାରତ ସୀମାରେ ଅନେକ ଚୀନ୍ ନାଗରିକଙ୍କୁ ଗିରଫ କରିଛି।
ଏହାକୁ ନଜରରେ ରଖି କାଠମାଣ୍ଡୁରେ ଥିବା ଚୀନ୍ ଦୂତାବାସ ଏହାର ଲୋକମାନଙ୍କୁ ନେପାଳ ଏବଂ ଭାରତ ସୀମାରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ଅନୁମତି ବିନା ଭାରତୀୟ ସୀମାରେ ପ୍ରବେଶ ନକରିବାକୁ ଚୀନ୍ ତାର ନାଗରିକମାନଙ୍କୁ ସତର୍କ ରହିବାକୁ କହିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନେପାଳରେ ଥିବା ଚୀନ୍ ଦୂତାବାସ ତାର ନାଗରିକମାନଙ୍କୁ ଏକ ଆଡଭାଇଜାରି ଜାରି କରି କହିଛି ଯେ ନେପାଳ-ଭାରତର ସୀମା ନିର୍ଦ୍ଧାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। ତେଣୁ ଲୋକମାନେ ଅଜାଣତରେ ନେପାଳରୁ ଦୁର୍ଘଟଣାବଶତଃ ଭାରତୀୟ ଅଞ୍ଚଳରେ ପହଞ୍ଚି ପାରନ୍ତି। ବିନା ଅନୁମତିରେ ଭାରତୀୟ ସୀମାରେ ପ୍ରବେଶ କରିବା ଫଳରେ ସେମାନଙ୍କୁ ଗିରଫ କରାଯାଇପାରେ। ଏହା ପରେ ସେମାନଙ୍କୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେଥିପାଇଁ ଚୀନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିବା କୁହାଯାଉଛି।
Comments are closed.