Latest Odisha News

BREAKING NEWS

୧୫୦ କିମି ବେଗରେ ବୋଲିଂ କରୁଥିବା ବୋଲର ପୁଣି ଭଦ୍ର ବ୍ୟକ୍ତି !

ମୁମ୍ବାଇ: ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କଙ୍କ ଏକ ବୟାନ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି ୧୫୦ କିଲୋମିଟର ପ୍ରତି ଘଂଟା ବେଗରେ ବୋଲିଂ କରୁଥିବା ବୋଲର ପୁଣି ଭଦ୍ର ବ୍ୟକ୍ତି ହୋଇଥିବେ ସହଜରେ ବିଶ୍ୱାସ କରି ହେଉନି । ଏହା ସମ୍ପୂର୍ଣ୍ଣ ଭାବେ ଅବୈଧ । ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହଙ୍କୁ ଉଲ୍ଲେଖ କରି ସେ ଏହା କହିଥିଲେ । ଅନେକ ସଫଳତା ହାସଲ କରିଥିଲେ ମଧ୍ୟ ବୁମରାହ ସର୍ବଦା ଶାନ୍ତ ରହିଥାନ୍ତି । ବିଶ୍ୱ କ୍ରିକେଟରେ ଅଧିକାଂଶ ପେସ ବୋଲର ୱିକେଟ ନେବା ପରେ ଉତେଜିତ ହୋଇଥାନ୍ତି । ଏପରିକି ସେମାନେ ବ୍ୟାଟ୍ସମ୍ୟାନଙ୍କ ସହ ଝଗଡା ମଧ୍ୟ କରିଥାନ୍ତି । ବୁମରାହ ସମ୍ପୂର୍ଣ୍ଣ ଭାବେ ଏହି ପ୍ରଜାତିର ନୁହନ୍ତି । ସେ ପଡିଆରେ ବୋଲିଂ ବ୍ୟତୀତ ଅନ୍ୟ କୌଣସି କଥାରେ ମୁଣ୍ଡ ପୂରାଇ ନ ଥାନ୍ତି ।

ଅଷ୍ଟ୍ରେଲିଆ ଗସ୍ତରେ କ୍ଲାର୍କଙ୍କ ୱିକେଟ ନେବା ପରେ ମଧ୍ୟ ସେ ପ୍ରତିକ୍ରିୟାଶୀଳ ହୋଇ ନ ଥିଲେ । ଏ ନେଇ ବୁମରାହ କହିଛନ୍ତି ମୁଁ ପଡିଆକୁ ଦଳକୁ ଜିତାଇବା ପାଇଁ ଉଦ୍ୟମ କରିଥାଏ । ମୁଁ ସୀମା ଅତିକ୍ରମ କରେନି । ଏଠାରେ ଆମେ ନିଜକୁ ଜୋକର ପ୍ରମାଣିତ କରିବାକୁ ଆସିନେ । ଚଳିତ ଆଇପିଏଲରେ ମଧ୍ୟ ବୁମରାହଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ ପ୍ରବେଶଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ଆଗାମୀ ଇଂଲଣ୍ଡ ଗସ୍ତରେ ବୁମରାହଙ୍କ ନିକଟରୁ ଟିମ ଇଣ୍ଡିଆ ଏକ ଭଲ ପ୍ରଦର୍ଶନ ଆଶାରେ ରହିଛି ।

Comments are closed.