Latest Odisha News

BREAKING NEWS

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ପୂନର୍ବାର ଜାତୀୟ ରେକର୍ଡ ଭାଙ୍ଗିଲେ ଅନୀମେଶ କୁଜୁର

ଭୁବନେଶ୍ୱର: ଚଳିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଆଥଲେଟମାନେ ଐତିହାସିକ ପ୍ରଦର୍ଶନ ଜାରୀ ରଖିଛନ୍ତି । ୨୦୦ ମିଟର ସ୍ପ୍ରିଂଟରେ ଅନୀମେଶ କୁଜୁର ଜାତୀୟ ରେକର୍ଡ ଭଙ୍ଗ କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୪ଗୁଣନ ୧୦୦ ମିଟର ରିଲେରେ ଭାରତ ରୌପ୍ୟ ପଦକ ଜିତିଛି । ଏହି ଟିମରେ ଓଡିଶାର ଶ୍ରାବଣୀ ନନ୍ଦ ରହି ରାଜ୍ୟ ଏବଂ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏଥିରେ ଏସଏସ ସ୍ନେହା, ଅବିନୟା ରାଜାରାଜନ ଓ ନିଥ୍ୟା ଗାନ୍ଧେ ଅଂଶଗ୍ରହଣ କରିଥିଲେ । ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ଚାମ୍ପିୟନଶିପରେ ଅନୀମେଶ ଏହି ସଫଳତା ହାସଲ କରିଛନ୍ତି । ସେ ୨୦.୩୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ନିଜର ଜାତୀୟ ରେକର୍ଡ ପୂନର୍ବାର ଭଙ୍ଗ କରିଛନ୍ତି । ସେ ଓଡିଶା ରିଲାଏନ୍ସ ଫାଉଣ୍ଡେଶନ ହାଇ ପର୍ଫମାନ୍ସ ସେଂଟରରରେ ପ୍ରଶିକ୍ଷଣ ନେଉଛନ୍ତି ।

ଏହାର କୋଚ ମାର୍ଟିନ ଓୱେନ୍ସ ୨୧ ବର୍ଷୀୟ ଅନୀମେଶଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଦେଶ ପାଇଁ ପଦକ ଜିତିବା ମୋ ପାଇଁ ଗର୍ବର ବିଷୟ ବୋଲି ଏହି ପ୍ରତିଭାବାନ ଯୁବ ଆଥଲେଟଜଣଙ୍କ କହିଛନ୍ତି । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରିବି ବୋଲି ସେ କହିଛନ୍ତି । ରିଲାଏନ୍ସର ସହଯୋଗ ଯୋଗୁ ୫ଜଣ ଆଥଲେଟ ପଦକ ଜିତିଛନ୍ତି । ୨୪ ପଦକ ସହ ଭାରତ ଦ୍ୱିତୀୟ ସ୍ଥାନcରେ ରହିଛି । ଜ୍ୟୋତି ୟାରାଜୀ (୧୦୦ ମିଟର ହର୍ଡଲ୍ସ) ଓ ଗୁଲବୀର ସିଂ(୫୦୦୦ ଓ ୧୦୦୦୦ ମିଟର) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଲଙ୍ଗଜମ୍ପରେ ଆନ୍ସି ସୋଜେନ ରୌପ୍ୟ ଓ ଅନୀମେଶ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Comments are closed.