ବଲାଙ୍ଗୀର:କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା ହେଉଛି । ବଲାଙ୍ଗୀର ଜିଲ୍ଲାର କୁଲାଥିପାଲି ଗାଁରେ ଏକ ନିର୍ମାଣ ସ୍ଥାନରେ ଦୁର୍ନୀତି ଅଭିଯୋଗର ରିପୋର୍ଟ କରୁଥିବାବେଳେ ଜଣେ ଟିଭି ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣକୁ ନେଇ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ବଲାଙ୍ଗୀର ଏସ୍ଡିଜେମ୍ କୋର୍ଟରୁ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।
ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇ ସମେତ ଅବିନାଶ ଜେନା, ଆଦିତ୍ୟ ଜେନା, ଗୁମର ନାୟକଙ୍କୁ ଜାମିନ୍ ମିଳିଛି ।
ଅନ୍ୟପଟେ ଏହି ଆକ୍ରମଣ ମାମଲାରେ ଗତକାଲି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଆଧାରରେ ଏନଏଚଆରସି ଏହି ମାମଲା ରୁଜୁ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ କମିଶନଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି ।
ସୂଚନା ଅନୁସାରେ, ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ହାତଗୋଡ଼ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଅଭିଯୋଗ ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏହାର ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇକୁ ବି ପୋଲିସ ଗିରଫ କରିଛି ।
Comments are closed.