Latest Odisha News

ଲିଙ୍ଗରାଜ ମନ୍ଦିରରେ ମଙ୍ଗଳଆଳତି ନହେଉଣୁ ହେଲା ସାହାଣମେଲା; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ବର: ଶୀତଳଷଷ୍ଠୀ ଭଳି ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଦେଲେ ସେବାୟତ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି । ମହାସ୍ନାନ ପରେ ପୁଣି ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ପ୍ରାୟ ୬ ଘଣ୍ଟା ବିଳମ୍ବ ହୋଇଛି ନୀତି ।

ମଙ୍ଗଳଆଳତି ଓ ଅବକାଶ ନୀତି ନହୋଇ ସିଧା ସକାଳୁ ଓଲାଗି ପରେ ସାହାଣମେଲା ଦର୍ଶନ କରାଯାଇଛି । କେଦାରଗୌରୀ ମନ୍ଦିରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନୀତିରେ ବିଭ୍ରାଟ ସୃଷ୍ଟି କରିଥିବା ‌ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ ସମାଜ ।

ମଙ୍ଗଳଆଳତି ନକରି ସିଧା ସାହାଣମେଲା ଦର୍ଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମଙ୍ଗଳଆଳତି କରି ସିଧା ବଡୁ ସେବାୟତଙ୍କ ଦ୍ବାରା ସାହାଣମେଲା ଦର୍ଶନ କରାଯିବାରୁ ପୂଜାପଣ୍ଡା ସେବାୟତ ବିରୋଧ କରିଥିଲେ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ସମ୍ପୃକ୍ତ ବଡ଼ୁ ସେବାୟତ ମୁକ୍ତକାନ୍ତ ବଡ଼ୁଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା । ତେବେ ସକାଳ ସାଢ଼େ ୬ଟାରେ ପରିବର୍ତ୍ତେ ଦିନ ୧୨ଟା ୪୦ରେ ମଙ୍ଗଳଆଳତି ହୋଇଥିଲା ।

Comments are closed.