ରାଉରକେଲା: ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍ ପମ୍ପ୍ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ ଜବତ କରାଯାଇଛି।
ଜବତ କାର୍ଟୁନ ଭିତରେ ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍ ରହିଛି । ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୋଲିସ ତଦନ୍ତ ଆରମ୍ଭ ରଖିଛି। ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭର ଅଟକ ଅଛନ୍ତି।
୧୧୬ ପେଟି ବିସ୍ଫୋରକର କୌଣସି କାଗଜପତ୍ର ନଥିବାରୁ ସନ୍ଦେହ ବଢ଼ିଛି। ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି।
Comments are closed.