Latest Odisha News

BREAKING NEWS

ଚେସ: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ଗୁକେଶ, ରାଗିଗଲେ କାର୍ଲସେନ

ନୂଆଦିଲ୍ଲୀ: ନରୱେ ଚେସ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ଡି.ଗୁକେଶ ବିଶ୍ୱଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । କ୍ଲାସିକାଲ ଚେସରେ କାର୍ଲସେନଙ୍କ ବିପକ୍ଷରେ ଗୁକେଶଙ୍କ ଏହା ପ୍ରଥମ ବିଜୟ । ମ୍ୟାଚ ହାରିଯିବା ପରେ କାର୍ଲସେନ ରାଗରେ ବୋର୍ଡକୁ ହାତରେ ପିଟି ଦେଇଥିଲେ । ପୂର୍ବରୁ କାର୍ଲସେନ କହିଥିଲେ, ମୁଁ ବିଶ୍ୱ ଚାମ୍ପିୟନଶିପ ଖେଳେନି । ମୋତେ କେହି ହରାଇ ପାରୁ ନାହାନ୍ତି । ଏହାର ଜବାବରେ ଗୁକେଶ କହିଥିଲେ ସୁଯୋଗ ମିଳିଲେ ଗୋଟି ଚାଳନାରେ ଏହାର ଜବାବ ଦେବି । ଗତ ଡିସେମ୍ବରରେ ଗୁକେଶ ସିଙ୍ଗାପୁରରେ ଖେଳା ଯାଇଥିବା ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ଚୀନର ଡିଙ୍ଗ ଲିରେନ ୭.୫-୬.୫ ପଂଏଟରେ ହରାଇ ଚାମ୍ପିୟନ ହୋଇଥିଲେ ।

୧୮ ବର୍ଷ ବୟସରେ ବିଶ୍ୱ ଚେସ ଚାମ୍ପିୟନଶିପରେ ଗୁକେଶ ଟାଇଟଲ ହାସଲ କରି ଇତିହାସ ରଚିଥିଲେ । ଏହା ପୂର୍ବରୁ ୧୯୮୫ରେ ଗ୍ୟାରୀ କାସ୍ପାରୋଭ ୨୨ ବର୍ଷରେ ଚାମ୍ପିୟନ ହୋଇଥିଲେ । ଚେସ କ୍ଲାସିକ, ର‌୍ୟାପିଡ ଓ ବ୍ଲିଟଜ ଫର୍ମାଟରେ ଖେଳା ଯାଇଥାଏ । କ୍ଲାସିକାଲ ଗେମ୍ସରେ ଖେଳାଳିଙ୍କୁ ୯୦ରୁ ୧୨୦ ମିନିଟ ସମୟ ପ୍ରଦାନ କରାଯାଇଥାଏ । ର‌୍ୟାପିଡ ଚେସରେ ୬୦ ମିନିଟକୁ କମ ସମୟ ଏବଂ ବ୍ଲିଟଜ ୧୦ମିନିଟରୁ କମ ସମୟ ପ୍ରଦାନ କରାଯାଇଥାଏ ।

Comments are closed.