ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ପ୍ରଥମ LCM Mk14 ବିମାନ ଜୁନ ମାସ ଶେଷ ସୁଦ୍ଧା ବିତରଣ କରାଯିବା ନେଇ ସୂଚନା ମିଳିଛି। ଏହା ନାସିକରେ ନିର୍ମିତ ନୂଆ ଉତ୍ପାଦନ କେନ୍ଦ୍ରରୁ ବିତରଣ କରାଯିବ।
୨୦୨୧ ମସିହା ଫେବୃଆରୀରେ ଭାରତୀୟ ବାୟୁସେନା ୮୩ଟି ବିମାନ ମାର୍ଚ୍ଚ ୨୦୨୪ ସୁଦ୍ଧା ଯୋଗାଇବା ପାଇଁ HAL ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା।କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ଏହା ହୋଇ ପାରିନାହିଁ। ଜିଇ ଏରୋସ୍ପେସରୁ F404 ଇଞ୍ଜିନ ଯୋଗାଣରେ ବିଳମ୍ବ ହେଉଥିବାରୁ ବିମାନ ଯୋଗାଣ ବିଳମ୍ବ ହେଉଥିବା ନେଇ ଜଣା ପଡ଼ିଛି।
ତେବେ HALର ଅଧ୍ୟକ୍ଷ ଡକ୍ଟର ଡିକେ ସୁନୀଲ ଏହି ଇଞ୍ଜିନ ଯୋଗାଣ କୁ ନେଇ ଆଶ୍ଵାସନା ଦେଇ କହିଛନ୍ତି ଯେ MK-1Aର ଷ୍ଟ୍ରକଚର ପ୍ରସ୍ତୁତ ହୋଇସାରିଛି। କେବଳ ଇଞ୍ଜିନ ପହଞ୍ଚିବା ପରେ ଆମେ ଏହାକୁ ଡେଲିଭରି କରିବା ଆରମ୍ଭ କରିଦେବୁ।
ବର୍ତ୍ତମାନ୍ ଭାରତୀୟ ବାୟୁସେନା ୯୭ରୁ ଅଧିକ MK-1A ଲଢୁଆ ବିମାନ ପାଇଁ ୬୭୦୦୦ କୋଟି ଟଙ୍କାର ଅର୍ଡର ଦେବାକୁ ଯାଉଛି। ଯାହାଦ୍ଵାରା ଭାରତୀୟ ବାୟୁସେନା ପାଖରେ ମୋଟ ବିମାନ ସଂଖ୍ୟା ୧୮୦ ହୋଇଯିବା ନେଇ ଆଶା କରାଯାଉଛି।
ତେବେ ମଙ୍ଗଳବାର ଦିନ ବିଏସଇରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ସେୟାର ୫୦୨୯.୯୦ ଟଙ୍କାରେ ଖୋଲିଥିବା ବେଳେ ଦିନ ସମୟରେ କମ୍ପାନୀର ସେୟାର ମୂଲ୍ୟ ୫୦୫୫ ଟଙ୍କାରେ ପହଞ୍ଚିଥିଲା। ଏହା ମଧ୍ୟରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ସେୟାର ମୂଲ୍ୟ ଗୋଟିଏ ମାସରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏପରିକି ୩ ମାସ ମଧ୍ୟରେ ଷ୍ଟକ ୫୬ ପ୍ରତିଶତକୁ ବୃଦ୍ଧି ପାଇଛି।
Comments are closed.