ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ, ଭାରତରୁ ଲଗାତାର ଧରାପଡୁଛନ୍ତି ପାକିସ୍ତାନ ଗୁପ୍ତଚୋର। ଏବେ ପୁଣି ଧରାପଡିଲେ ଆଉଜଣେ ପାକିସ୍ତାନ ସ୍ପାଏ। ପାକିସ୍ତାନ ଲାଗି ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବ ପୋଲିସ ଯଶବୀର ସିଂ ନାମକ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ଏବେ ଭାରତ ପାକିସ୍ତାନର ଆତଙ୍କବାଦ ପ୍ରତି ଅଧିକ ସତର୍କ ହୋଇଯାଇଛି। ଏହା ସହିତ, ଭାରତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପଞ୍ଜାବ ପୋଲିସ ଏବେ ୟୁଟୁବର ଯଶବୀର ସିଂଙ୍କୁ ଗିରଫ କରିଛି।
ଜନ ମହଲ ଚାନେଲର ପରିଚାଳନା କରୁଥିବା ଯଶବୀରଙ୍କ ମୋଟ ସବସ୍କ୍ରାଇବରଙ୍କ ସଂଖ୍ୟା ୧୧ ଲକ୍ଷ। ପଞ୍ଜାବର ରୂପନଗର ଜିଲ୍ଲା ଅନ୍ତର୍ଗତ ମହ୍ଲାଣ ଗ୍ରାମରେ ବାସ କରନ୍ତି ଯଶବୀର। ତେବେ ଯଶବୀରଙ୍କୁ ହେପାଜତକୁ ନେଇଛି ରାଜ୍ୟ ସ୍ବତନ୍ତ୍ର ଅପରେସନ୍ସ ସେଲ ବା SSOC। ସୂଚନା ଥାଉକି ପୂର୍ବରୁ ପାକିସ୍ତାନ ଲାଗି ଗୁପ୍ତଚରୀ ବୃତ୍ତି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ହରିଆଣାର ଜ୍ୟୋତି ମାଲହୋତ୍ରା।
ପୋଲିସ ସୂତ୍ରରୁ କୁହାଯାଇଛି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ସାକିର ଓରଫ ଜଟ୍ଟ ରନ୍ଧୱାଙ୍କ ସହ ଯୋଗସୂତ୍ରରେ ଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସାକିରର ସମ୍ପର୍କ ଥିବା କୁହାଯାଇଛି। ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ପୂର୍ବତନ କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିସ ସହ ଯଶବୀରଙ୍କ ସମ୍ପର୍କ ଥିଲା। ଗୁପ୍ତଚରୀ ବୃତ୍ତି ଅଭିଯୋଗରେ ଦାନିସଙ୍କୁ ବହିଷ୍କାର କରିଥିଲେ ଭାରତ ସରକାର ।
ଯଶବୀର ସିଂହ ହରିୟାଣାରୁ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ। ସୂଚନା ଅନୁଯାୟୀ, ଯଶବୀର ସିଂହ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଗୁଇନ୍ଦା ଅଧିକାରୀ ଶାକିରଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ। ସେ ତିନିଥର (୨୦୨୦, ୨୦୨୧, ୨୦୨୪) ପାକିସ୍ତାନ ଗସ୍ତ କରିଛନ୍ତି। ତାଙ୍କର ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ମଧ୍ୟ ଖୋଜାଖୋଜି କରାଯାଇଛି। ତାଙ୍କ ମୋବାଇଲରୁ ଅନେକ ପାକିସ୍ତାନୀ ନମ୍ବର ମିଳିଛି।
Comments are closed.