ନୟାଗଡ଼:ଦିନ ଦ୍ୱିପ୍ରହରରେ ଆଜି ବିଚ ରାସ୍ତାରେ ବୋମା ମାଡ଼। ଏନ୍ଏଚ୍-୫୭ ନୟାଗଡ଼ ଦଶପଲ୍ଲା ଦୁର୍ଗା ବଜାର ନିକଟରେ ବୋମାମାଡ଼ ହୋଇଥିବା ଜଣାପଡିଛି। ବୋମାମାଡ଼ରେ ୪ ଜଣ ଆହତ ହୋଇଛନ୍ତି ।ଘଟଣା ପରେ ବୋମାମାଡ କରିଥିବା ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ । ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ବୋମାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ ହୋଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ ।
ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed.