Latest Odisha News

BREAKING NEWS

ହାଉସଫୁଲ-୫ ସହିତ ଓଟିଟିରେ ରିଲିଜ ହେଲା ଏହି ୫ଟି ଫିଲ୍ମ ଓ ୱେବ ସିରିଜ…

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ନର୍ଗିସ ଫାଖ୍ରୀ, ସୋନମ ବାଜୱା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ କମେଡି ଫ୍ରାଞ୍ଚାଇଜ୍ ଫିଲ୍ମ ହାଉସଫୁଲ-୫ ଥିଏଟରରେ ମୁକ୍ତିଲାଭ କରିଛି। ଏହା ବ୍ୟତୀତ ଦକ୍ଷିଣ ସୁପରଷ୍ଟାର କମଲ ହାସନଙ୍କ ଠଗ୍ ଲାଇଫ୍ ମଧ୍ୟ ମୁକ୍ତିଲାଭ କରିଛି। ଥିଏଟର ବ୍ୟତୀତ, ଅନେକ ସିନେମା ଏବଂ ୱେବ୍ ସିରିଜ୍ ମଧ୍ୟ OTT ରେ ଆସିଛି, ଯାହା ଓ୍ବିକେଣ୍ଡରେ ଆପଣଙ୍କୁ ଭରପୁର ମନୋରଞ୍ଜନର ଖୁରାକ ଯୋଗାଇବ। ଆସନ୍ତୁ ନଜର ପକାଇବା ଏହି ସପ୍ତାହାନ୍ତରେ ଆପଣ କେଉଁ ସିନେମା ଏବଂ ୱେବ୍ ସିରିଜ୍ ଦେଖିପାରିବେ…

ଭୁଲ୍ ଚୁକ ମାଫ୍
ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ଭାମିକା ଗବ୍ବିଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ଭୁଲ ଚକ୍ ମାଫ୍’ ଆଜି ଅର୍ଥାତ୍ ୬ ଜୁନରେ ଓଟିଟି ପ୍ଲାଟଫର୍ମ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଛି। ଏହି ଫିଲ୍ମ ୨୩ ମେ’ ରେ ରିଲିଜ୍ ହୋଇଥିଲା ଏବଂ ପ୍ରାୟ ଦୁଇ ସପ୍ତାହ ପରେ ଏହାକୁ ଓଟିଟିରେ ଦେଖିବାକୁ ମିଳିବ।

ଗେଟ୍ ଆୱେ
ଗତ ବର୍ଷ ୨୦୨୪ ମସିହାରେ ବ୍ରିଟିଶ କମେଡି ହରର୍ ଫିଲ୍ମ ଗେଟ୍ ଆୱେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ଏବେ ଏହି ଫିଲ୍ମଟି OTT ପ୍ଲାଟଫର୍ମ Jio Hotstar ରେ ଷ୍ଟ୍ରିମ୍ ହୋଇଛି । ଏହି ସିରିଜର କାହାଣୀ ହେଉଛି, ଭ୍ୟାକେସନରେ ଯାଇଥିବା ଏକ ପରିବାର ଉପରେ ଜଣେ ସିରିଆଲ୍ କିଲର୍ ର ନଜର ଘୂରି ବୁଲୁଛି ।

ଜାଟ
ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ‘ଜାଟ’ ଏପ୍ରିଲ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ପ୍ରାୟ ଦୁଇ ମାସ ଅପେକ୍ଷା କରିବା ପରେ, ଏହି ଫିଲ୍ମଟି OTT ପ୍ଲାଟଫର୍ମ Netflix ରେ ଷ୍ଟ୍ରିମ୍ ହୋଇଛି ।

ଛଲ କପଟ: ଦ ଡେସେପସନ
କ୍ରାଇମ-ଥ୍ରୀଲର ୱେବ୍ ସିରିଜ୍ ଛଲ କପଟ: ଦ ଡିସେପସନ ଶ୍ରୀୟା ପିଲଗାଓଁକର, ରାଗିଣୀ ଦ୍ୱିବେଦୀ ଏବଂ କାମିଆ ଅହଲାୱାତଙ୍କ ଅଭିନୀତ ଫିଲ୍ମ OTT ପ୍ଲାଟଫର୍ମ ZEE5 ରେ ଷ୍ଟ୍ରିମିଂ ହୋଇଛି । ଏହି ସିରିଜରେ ଶ୍ରେୟା ଜଣେ ପୋଲିସ ଇନ୍ସପେକ୍ଟର ଦେବିକା ଭୂମିକାରେ ଅଭିନୟ କରିଛନ୍ତି ।

ମର୍ସି ଫର୍ ନନ୍
ଆଜି OTT ପ୍ଲାଟଫର୍ମ Netflix ରେ କୋରିଆନ ଥ୍ରୀଲର ୱେବ୍ ସିରିଜ୍ ମର୍ସି ଫର୍ ନନ୍ ମଧ୍ୟ ଷ୍ଟ୍ରିମ୍ ହୋଇଛି । ଏହି ଓ୍ବେବ ସରିଜର କାହାଣୀ ଜଣେ ବ୍ୟକ୍ତିଙ୍କ ଚାରିପାଖରେ ବୁଣାଯାଇଛି ଯିଏ ତାଙ୍କ ଭାଇର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଅପରାଧ ଜଗତରେ ପୁନଃ ପ୍ରବେଶ କରନ୍ତି ।

 

Comments are closed.