Latest Odisha News

BREAKING NEWS

ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ: କରୋନା ଭଳି ଲକ୍ଷଣ ଥିଲେ ଯିବାକୁ ମନା

ଭୁବନେଶ୍ବର:ରାଜ୍ୟରେ ପ୍ରତିଦିନ କୋଭିଡ ମାମଲା ବୃଦ୍ଧି ପାଉଛି। କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦେଶାବଳୀ। କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟସ୍କ ବ୍ୟକ୍ତି ଏବଂ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି ରଥଯାତ୍ରାକୁ ଯିବାକୁ ବାରଣ କରିଛନ୍ତି  ଓ ଘରେ ରହି ରଥଯାତ୍ରା ଦେଖିବାକୁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଯେଉଁମାନେ ରଥଯାତ୍ରାକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଓ ହାତ ଧୋଇବା, ସ୍ଵଚ୍ଛ ପିଇବା ପାଣି ପିଇବାକୁ ଗୁରୁତ୍ୱ ଦିଅନ୍ତୁ ।

ରଥଯାତ୍ରା ପାଇଁ କୋଭିଡ ବେଳେ ପୁରୀରେ ଯେଉଁ ଆଇସିୟୁ ଥିଲା ତାକୁ କାର୍ଯ୍ୟକ୍ଷମ କରାଯାଉଛି । ପୁରୀ ହସ୍ପିଟାଲର ଶଯ୍ୟା ବୃଦ୍ଧି ସହ ଡାକ୍ତର ସଂଖ୍ୟା ବଢାଯାଇଛି। ସମସ୍ତ ଯନ୍ତ୍ରପାତି, ଆଇସିୟୁ ଠିକ ରଖିବା ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ସୂଚନାଥାଉକି, ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକରେ ୯ ପଜିଟିଭ୍, ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Comments are closed.