ଭୁବନେଶ୍ବର: ଧାର୍ଯ୍ୟ ହେଲା ତାରିଖ । ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ଜୁନ୍ ୨୦ ତାରିଖରେ ମୋଦି ଓଡିଶା ଗସ୍ତରେ ଆସିବେ । ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ମୋଦି ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀଙ୍କ କହିବାନୁଯାୟୀ, ୧୨ ତାରିଖରେ ଓଡିଶା ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ହେଲେ ସେ ୨୦ ତାରିଖରେ ଆସିବା ନେଇ ସମୟ ଧାର୍ଯ୍ୟ ହୋଇଛି । ସେଥିପାଇଁ ସରକାରଙ୍କ ପୂର୍ତ୍ତି ଉତ୍ସବର ମୂଳ କାର୍ଯ୍ୟକ୍ରମ ୧୨ ତାରିଖରୁ ୨୦ ତାରିଖକୁ ଘୁଞ୍ଚା ଯାଇଛି । ଶେଷ କାର୍ଯ୍ୟକ୍ରମ ୨୦ରେ ଅନୁଷ୍ଠିତ ହେବ । ଏଥିସହିତ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ କହିଛନ୍ତି, ସ୍ଥାନ ନିରୂପଣ ଚାଲିଛି । । ଆଗକୁ ମୁଖ୍ୟମନ୍ତ୍ରୀ ପ୍ରେସ କନଫେରେନ୍ସ କରି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ । ଏହା ପରେ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ ହେବ । ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଫାଇନାଲ ସୂଚୀ ଆଜି ସନ୍ଧ୍ୟା ସୁଦ୍ଧା ବାହାରିଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
Comments are closed.