Latest Odisha News

BREAKING NEWS

ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପିଏମ୍‌ ଆବାସ ଘର ପାଇଁ ମାଗଣାରେ ବାଲି ଦିଆଯିବା ନେଇ ସରକାର ସ୍ଥିର କରିଛନ୍ତି। ବାଲି ଚେରାଚାଲାଣ ରୋକିବା ପାଇଁ ନୂଆ ଏସଓପି ଆସିବ। ଏଥିଲାଗି କ୍ୟାବିନେଟରେ ଆଲୋଚନା ହୋଇଛି। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗରିବ ଲୋକଙ୍କୁ ମାଗଣାରେ ବାଲି ଦିଆଗଲେ ସେମାନେ ଘର ଖଣ୍ଡେ ସହଜରେ ତିଆରି କରିପାରିବେ। ସେମାନଙ୍କୁ ପରମିଟ୍ ଇସ୍ୟୁ କରାଯିବ, ଯାହାଦ୍ବାରା ଗରିବ ଲୋକେ ବାଲି ମାଗଣାରେ ଆଣିପାରିବେ। ନଦୀ ଭିତରୁ ପଶି ବାଲି କାଢ଼ିବା ବନ୍ଦ ହେବ। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ।

ଏହା ନଷ୍ଟ ହେଉଛି । ତେଣୁ କେତେ ଓଜନର ବାଲି ଗାଡ଼ି ଯାଉଛି, ଏସବୁକୁ ନେଇ ନୂଆ ଏସଓପି ଆସିବାକୁ ଯାଉଛି। ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜିଖୋଜି ଦଣ୍ଡ ଦିଆଯିବ। ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ବାଲି ମାଫିଆ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତ ସେ ପର୍ଯ୍ୟନ୍ତ ହେବ ଯେଉଁ ପର୍ଯ୍ୟନ୍ତ ସେମାନେ ଧରା ନପଡ଼ିଛନ୍ତି। କେହି ବର୍ତ୍ତିବା କଥା ନୁହେଁ, ପାତାଳରେ ଥିଲେ ବି ବାନ୍ଧିକି ଆଣି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

 

Comments are closed.