Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ସହ ବର୍ଷା , ଏହି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ..

ଭୁବନେଶ୍ବର: ଆଗାମୀ ୨-୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଝଡ ବର୍ଷା ହେବାର ସମ୍ଭାବନା ରହିଛି । ୩୦-୪୦ କିଲୋମିଟର ବେଗରେ ପବନ ବହିବ ଏଥିସହ କିଛି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅନୁଗୁଳ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ (କଟକ ସହର ସମେତ), ଖୋର୍ଦ୍ଧା (ଭୁବନେଶ୍ୱର ସହର ସମେତ),ରାୟଗଡା, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିବ ।

ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଆଗାମୀ ୪ ଦିନ ପାଇଁ ଉପକୁଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Comments are closed.