Latest Odisha News

BREAKING NEWS

ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ ଲାଗିଲା କଟକଣା

ପୁରୀ: ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଆଉ ଏହା ପରେ ଆରମ୍ଭ ହୋଇଯିବ ବିଶ୍ବ ପ୍ରସିଦ୍ଧ ରଥାଯାତ୍ରା । ଏହି ଅବସରରେ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର୍ ଖେଲାଯିବାକୁ ବାରଣ କରାଯାଇଛି ।

ତେବେ ଖାଲି ରଥଯାତ୍ରା ପାଇଁ ନୁହଁ ଆଗାମୀ ସବୁ ଦିନ ଲାଗି ଏହି ନିୟମ ଲାଗୁ ରହିବ ବୋଲି ଆଜି ଏନେଇ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ସେପଟେ ଏହି ରଥଯାତ୍ରା ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଗତକାଲି ମକଡ୍ରିଲ କରିଛି ପୁରୀ ଜିଲ୍ଲା ପ୍ରଶାସନ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସ୍ନାନ ପୂର୍ଣ୍ଣିମାରେ ଉଠିବାକୁ ଥିବା ତିନି ରଥର ଚାରି ନାହାକା ଗତକାଲି ଠାରୁ ଉଠି ସାରିଲାଣି ।

ସେହିପରି, ପୁରୀକୁ ସ୍ନାନ ଓ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ଆସିବେ । ତେବେ ଯାତ୍ରୀ ମାନଙ୍କ ଠାରୁ ଧାର୍ଯ୍ୟ ଭଡା ଠାରୁ ଅଧିକ ଟଙ୍କା ନ ନେବାକୁ ବସ ସଂଘ ଓ ଅଟୋ ସଂଘ ସହ ବୈଠକ ହୋଇଛି । ସବୁ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ କୁହାଯାଇଛି । ତେବେ ଯଦି ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡା ଠାରୁ ଅଧିକ ଭଡ଼ା ନେଇଥିବା ଅଭିଯୋଗ ଆସେ, ତେବେ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ।

Comments are closed.