Latest Odisha News

BREAKING NEWS

୩ବର୍ଷ ମଧ୍ୟରେ ଋଷର ବଡ଼ ଆକ୍ରମଣ; ଗୋଟିଏ ରାତିରେ ୪୭୯ ଡ୍ରୋନ ଆଟାକ୍

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧମଧ୍ୟରେ ଗତ ରବିବାର ୟୁକ୍ରେନ ପାଇଁ ଏକ ଭୟଙ୍କର ରାତି ଥିଲା । ଋଷ ୪୭୯ ଡ୍ରୋନ୍ ଏବଂ ୨୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ୟୁକ୍ରେନ ଉପରେ ଏବେ ସୁଦ୍ଧାର ସବୁଠାରୁ ଏୟାର ଷ୍ଟ୍ରାଇକ୍ କରିଛି ।

ୟୁକ୍ରେନ ବାୟୁସେନା କହିଛି ଯେ, ଏହି ଆକ୍ରମଣ ମୁଖ୍ୟତଃ ଦେଶର କେନ୍ଦ୍ରୀୟ ଏବଂ ପଶ୍ଚିମ ଅଞ୍ଚଳଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା।

ୟୁକ୍ରେନ ବାୟୁସେନାର ଏକ ବିବୃତ୍ତିରେ କୁହାଯାଇଛି ଯେ, ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶ ମାର୍ଗରେ ୨୭୭ଟି ଡ୍ରୋନ୍ ଏବଂ ୧୯ଟି କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ବିବୃତ୍ତିରେ ଦାବି କରାଯାଇଛି ଯେ କେବଳ ୧୦ଟି ଡ୍ରୋନ୍ କିମ୍ବା କ୍ଷେପଣାସ୍ତ୍ର ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛି।

ୟୁକ୍ରେନର ଏହି ଦାବିଗୁଡ଼ିକୁର ସତ୍ୟତା ଜଣାପଡ଼ିନାହିଁ।

ଋଷ ଦାବି କରିଛି ଯେ, ଏହି ଆକ୍ରମଣ ୟୁକ୍ରେନର ‘ଅପରେସନ୍ ସ୍ପାଇଡର୍ୱେବ୍’ର ଜବାବ ଥିଲା, ଯେଉଁଥିରେ ୟୁକ୍ରେନ୍ ଜୁନ୍ ୧ ତାରିଖରେ ଚାରୋଟି ପ୍ରମୁଖ ଋଷ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା।

ବର୍ତ୍ତମାନ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ସ୍ଥଗିତ ରହିଛି।

ଏପଟେ ଜାତିସଂଘ ଅନୁଯାୟୀ,ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧରେ ୧୨,୦୦୦ ରୁ ଅଧିକ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ଋଷ କହିଛି ଯେ ସେ କେବଳ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରେ।

Comments are closed.