Latest Odisha News

BREAKING NEWS

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ନିକଟତର ହେଲେ ସ୍ମିଥ

ଲର୍ଡସ: ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜର ଫାଇନାଲ ମ୍ୟାଚ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଷଷ୍ଠ ଥର ପାଇଁ ଆଇସିସି ଫାଇନାଲ ଖେଳୁଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ପଂଟିଂ ୬ଟି ଆଇସିସି ଫାଇନାଲ ଖେଳିଛନ୍ତି । ତେବେ ଏହି ତାଲିକାରେ ଭାରତର ବିରାଟ କୋହଲି ଓ ରୋହିତ ଶର୍ମା ସଂଯୁକ୍ତ ଭାବେ ଶୀର୍ଷରେ ରହିଛନ୍ତି । ଉଭୟ ୯ଥର ଲେଖାଏଁ ଆଇସିସି ଫାଇନାଲ ଖେଳିଛନ୍ତି । ରବୀନ୍ଦ୍ର ଜାଡେଜା ୮ ଓ ଯୁବରାଜ ସିଂ ୭ ଫାଇନାଲ ଖେଳି ସେମାନଙ୍କ ପଛକୁ ରହିଛନ୍ତି ।

ସ୍ମିଥ ଲର୍ଡସ ଗ୍ରାଉଣ୍ଡରେ ଭ୍ରମଣକାରୀ ଟିମ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ୬୬ରନ କରିବା ସହ ନିଜ ଦେଶର ୱାରେନ ୱାର୍ଡଲ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ସେ ୫୭୫ ରନ କରିଥିଲେ । ସ୍ମିଥ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ବ୍ରାଡମ୍ୟାନ ଲର୍ଡସରେ ୮ଟି ଇନିଂସରେ ୫୫୧ ରନ କରିଥିଲେ ।

Comments are closed.