ରୀଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ବାଙ୍କୋ ପଥର ଖଣି ପାଖ ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ପୋରଣ ହୋଇଛି । ବିସ୍ପୋରଣରେ ଜଣେ ଯବାନ ଗୁରୁତର ହୋଇଥିଲେ l ତାଙ୍କୁ ରାଉରକେଲା ସେକ୍ଟର ୧୯ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି l ସିହଦ ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛି l ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ପୋରଣ କରିଛନ୍ତି l
ଯବାନଙ୍କ ମରଶରୀରକୁ ରାଉରକେଲାରୁ ସ୍ୱତନ୍ତ୍ର ହେଲିକେପଟର ଯୋଗେ ଝାରଖଣ୍ଡ ରାଞ୍ଚିନିକଟସ୍ଥ ୧୬୪ ସିଆର ପି ଏଫ ବାଟାଲିୟନ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି l ସରଣ୍ଡା ଜଙ୍ଗଲରେ ବର୍ତ୍ତମାନ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି l ଗତ କିଛି ଦିନ ପୂର୍ବରୁ କେ ବଲାଙ୍ଗ ଥାନା ଅନ୍ତର୍ଗତ ଏକ ଖଣିକୁ ଯାଉଥିବା ବିସ୍ପୋରକ ବୋଝେଇ ଟ୍ରକକୁ ମାଇବାଦୀ ମାନେ ଲୁଟି ନେଇଥିଲେ l
Comments are closed.