Latest Odisha News

BREAKING NEWS

ଆସନ୍ତା ୩୦ରେ ଭୁବନେଶ୍ଵର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର: ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଷ୍ଟିରୁ ହେବ ମକ୍‌ ଡ୍ରିଲ୍‌। ଏଥିପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଆସିଛି। ବିମାନବନ୍ଦର କର୍ମଚାରୀ, ପୋଲିସ, ମେଡିକାଲ୍‌ ଓ ଅଗ୍ନିଶମ ଷ୍ଟାଫ୍‌ ରହିବେ। ଯଦି ଦୁର୍ଘଟଣା ପରି କିଛି ଅଘଟଣ ଘଟେ, ତାହାର ମୁକାବିଲା ପ୍ରସ୍ତୁତି କରାଯିବ। ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦିଆଯିବାର ମକ୍‌ ଡ୍ରିଲ୍‌ ହେବ।

ସୂଚନା ଥାଉକି ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ। ଭୁବନେଶ୍ୱର ବିମାନବନ୍ଦରରେ ହେବ ରିହର୍ସାଲ। ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ। ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ ।

ଏହି ରିହାର୍ସଲରେ ପୋଲିସ, ମେଡିକାଲ ଓ ଅଗ୍ନିଶମ ଉପସ୍ଥିତ ରହିବେ। ଅହମ୍ମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ। ବିମାନ ବନ୍ଦର ଆଖପାଖରେ ସର୍ଭେ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ।

Comments are closed.