ଭୁବନେଶ୍ବର: ଆଜି ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରର ଜନତା ମୈଦାନରେ ଆୟୋଜିତ ରାଜ୍ୟସ୍ଥରୀୟ ସମାରୋହରେ ଯୋଗଦେଇଛନ୍ତି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ ପାଲଟିଛି । ଏନେଇ ଓଡ଼ିଶାବାସୀଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ଏହି ଅବସରରେ ମୋଦି କହିଛନ୍ତି, ଭାରତର ସଭ୍ୟତା, ଐତିହ୍ୟ, ବିକାଶ ଏବଂ ସଂସ୍କୃତିକୁ ସମୃଦ୍ଧ କରିବାରେ ଓଡିଶାର ମୁଖ୍ୟ ଭୂମିକା ରହିଛି । ଭାରତର ପ୍ରଗତିରେ ଆଧାର ପାଲଟିଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଗତ ବର୍ଷ ଗୁଡ଼ିକରେ ଆମେ ଆଦିବାସୀ ସମାଜକୁ ହିଂସାରୁ ବାହାର କରି ବିକାଶର ନୂଆ ଲକ୍ଷ୍ୟରେ ସାମିଲ କରିଛୁ । ଏକବିଂଶ ଶତାବ୍ଦୀର ଭାରତର ବିକାଶ କେବଳ ପୂର୍ବ ଭାରତରୁ ଗତି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶାରେ ବିଜେପି ବର୍ଷେ ପୂରଣ କରିଛି । ଆଗକୁ ରଥଯାତ୍ରା ଅନୁଷ୍ଠିତ ହେବ ଏଠି ବିଜେପି ସରକାର ହେଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା । ବର୍ଷକ ଭିତରେ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।
Comments are closed.