Latest Odisha News

BREAKING NEWS

ଜାଣନ୍ତୁ, ଏହିସବୁ ବଲିଉଡ୍ ସୁନ୍ଦରୀଙ୍କ ସହ ଅଣ୍ଡରୱାର୍ଲ୍ଡ ଡନଙ୍କ ପ୍ରେମ ସମ୍ପର୍କ !

ମୁମ୍ବାଇ: ବଲିଉଡ ଓ ଅଣ୍ଡରୱାର୍ଲ୍ଡ ଅଙ୍ଗାଙ୍ଗୀଭାବେ ଜଡିତ କହିଲେ ଭୁଲ ହେବ ନାହିଁ । ଅଫିିସିଆଲ ବଡ ବଡ ପ୍ରଡ୍ୟୁସରମାନେ ରାଜି ହେଉ ନ ଥିଲେ ମଧ୍ୟ ବଲଉଡ ଫିଲ୍ମରେ ଡନଙ୍କ ପଇସା ଲାଗେ । ଏହାର ଫାଇଦା ମଧ୍ୟ ସେମାନେ ପାଆନ୍ତି । କାରୋବାର ଭିତରେ ଯଦି କୌଣସି ଡନ୍ର ଆଖି ସୁନ୍ଦରୀ ଅଭିନେତ୍ରୀଙ୍କ ପାଖରେ ଅଟକିଗଲା ତାହା ହେଲେ କଥା ସରିଲା । ଯେଉଁ ଅଭିନେତ୍ରୀମାନେ ଫିଲ୍ମରେ ଅଭିନୟ କରିବା ପାଇଁ ବ୍ୟାକୁଳ ହୁଅନ୍ତି ତାହାର ଫାଇଦା ମଧ୍ୟ ଡନ୍ ମାନେ ଉଠାଇଥାନ୍ତି । ଆସନ୍ତୁ ଜାଣିବା ଏ ଭଳି କେତେକ ଅଭିନେତ୍ରଙ୍କ ବିଷୟରେ ଯାହାଙ୍କ କ୍ୟାରିୟର ଅଣ୍ଡୱାର୍ଲ୍ଡ ଡନଙ୍କ ଯୋଗୁ ସମାପ୍ତ ହୋଇଯାଇଛି ।

ମମତା କୂଲକର୍ନି ଓ ଛୋଟା ରାଜନ:

ମମତା କୁଲକର୍ନି ୯୦ ଦଶକରେ ଗ୍ଲାମରସ ହିରୋଇନ ଭାବେ ବେଶ୍ ନାମ କମାଇଥିଲେ । ଅବଶ୍ୟ ଅଭିନୟ ନେଇ ସେ ସେତେଟା ବାହା ବାହା ଲୁଟି ପାରି ନ ଥିଲେ । ଡନ୍ ଛୋଟା ରାଜନଙ୍କ ସହ ସମ୍ପର୍କ ତାଙ୍କୁ ବେଶ୍ ଚର୍ଚ୍ଚିତ କରାଇଥିଲେ । ଏପରି କି ଫିଲ୍ମରେ ନେବା ପାଇଁ ଛୋଟା ରାଜନ ପ୍ରଡ୍ୟୁସରଙ୍କ ଉପରେ ଚାପ ପକାଉଥିଲେ ।

ଅନୀତା, ମନ୍ଦାକିନୀ ଓ ଦାଉଦ ଇବ୍ରାହିମ:

ଅଣ୍ଡୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ଯୋଗୁ ଅନୀତା ଆୟୁବ ଓ ମନ୍ଦାକିନି ଫିଲ୍ମରେ ରୋଲ ପାଇଥିଲେ ମଧ୍ୟ କ୍ୟାରିୟରକୁ ଆଗକୁ ନେଇ ପାରି ନ ଥିଲେ । ୯୦ ଦଶକରେ ପାକିସ୍ତାନୀ ଅଭିନେତ୍ରୀ ଅନୀତା ଆୟୁବଙ୍କୁ ଦାଉଦ ଭଲ ପାଉଥିଲେ ଏବଂ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ୧୯୯୫ରେ ଅନୀତାଙ୍କୁ ଫିଲ୍ମରେ ନେବା ପାଇଁ ସେ ଜାଭେଦ ସିଦ୍ଦିକଙ୍କ ଉପରେ ଚାପ ପକାଇଥିଲେ । ମାତ୍ର ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରିଥିଲେ । ସେହିପରି ରାମତେରୀ ଗଙ୍ଗା ମୈଲୀ ନାୟିକା ମନ୍ଦାକିନୀଙ୍କ ଗ୍ଲାମରସ ଲୁକ୍ ନେଇ ସେ ପାଗଳ ଥିଲେ । ତାଙ୍କ ସହ ସେ ବନ୍ଧୁତା ମଧ୍ୟ କରିଥିଲେ । ଉଭୟ ୧୯୯୪-୯୫ରେ ଶାରାଜାରେ କ୍ରିକେଟ ମ୍ୟାଚ ଉପଭୋଗ କରୁଥିବାରୁ ଦେଖିବାକୁ ମିଳିଥିଲା । ମନ୍ଦାକିନି ଦାଉଦ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କୁହନ୍ତି ।

ସୋନା ଏବଂ ହାଜି ମସ୍ତାନା:

ଭାରତର ପ୍ରଥମ ଅଣ୍ଡରୱାଲ୍ଡ ଡନ ଆଖ୍ୟା ପାଇଥିବା ହାଜି ମସ୍ତାନାଙ୍କ ଦୁୂର୍ବଳତା ସୋନା ନାମକ ଅପରିଚିତ ନାୟିକାଙ୍କ ସହ ଥିଲା । ହାଜି ମସ୍ତାନାଙ୍କ ନିକଟତର ହୋଇଥିବାରୁ ପ୍ରଡ୍ୟୁସର ଓ ଡାଇରେକ୍ଟରମାନେ ତାଙ୍କୁ ଫିଲ୍ମରେ ନେବାକୁ ଭୟ କରୁଥିଲେ । ହାଜି ମସ୍ତାନା ଡନ ହେଲେ ମଧ୍ୟ କେବେ ହେଲେ ବନ୍ଧୁକ ଉଠାଇ ନ ଥାନ୍ତି । ତାଙ୍କ କାମ ବର୍ଦ୍ଦରାଜନ ମୁଦାଲିୟାର ଓ କରିମ ଲାଲା କରିଥାନ୍ତି । ୱାନ୍ସ ଓପନ ଏ ଟାଇମ ଇନ ମୁମ୍ବାଇ ଫିଲ୍ମ ତାଙ୍କ ଜୀବନୀ ଉପରେ ଆଧାରିତ ।

ମୋନିକା ବେଦୀ ଓ ଅବୁ ସଲେମ:

ମୋନିକା ବେଦୀ ବଲିଉଡରେ ଅଭିନୟ ନେଇ ଯେତେ ଚର୍ଚ୍ଚାରେ ରହି ନ ଥିଲେ ତା’ଠାରୁ ଅଧିକା ଅବୁ ସଲେମଙ୍କ ସହ ସମ୍ପର୍କ ନେଇ ଥିଲେ । ତାଙ୍କ ପାଇଁ ଅବୁ ସଲେମ ଡାଇରେକ୍ଟରଙ୍କୁ ଧମକ ଦେଉଥିଲେ । ଉଭୟଙ୍କ ସମ୍ପର୍କ ଅତି ନିବୀଡ ରହିଥିଲା । ପୋଲିସ ଅବୁ ସଲେମଙ୍କୁ ଧରିବା ପାଇଁ ମୋନିକା ଦେବୀ ଉପରେ ନଜର ରଖିଥିଲା । ଶେଷରେ ଉଭୟ ଭାରତ ଛାଡି ପଳାଇଥିଲେ । ଗିରଫ ହେବା ପରେ ଉଭୟଙ୍କ ସମ୍ପର୍କର ଇତି ଘଟିଥିଲା ।

ସେ ପୂର୍ବରୁ କୋଲକାତାରେ ଏକ ଡ୍ୟାନ୍ସବାରରେ ରହି କାର୍ଯ୍ୟ କରୁଥିଲା । ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେ ଭୁବନେଶ୍ୱର ଆସିଛି । କିଛିଦିନ ପରେ ତାକୁ ଦେହ ବ୍ୟବସାୟରେ ସାମିଲ୍ କରାଯାଇଥିଲା ।

ଏହି ଯୁବତୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୧୯, ୪୬୮ ଏବଂ ୪୭୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏପରିକି ଧାରା ୧୪ ବିଦେଶୀ ନାଗରିକ ଭାବେ ତାହା ବିରୋଧରେ ମାମଲା ରୁଜୁ କରାଯାଇଥିବା ଡ଼ିସିପି ଗଣମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.