ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଜରୁରୀକାଳୀନ ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତି ଚଳିତ ଜୁନରେ ହେବ । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ଙ୍କୁ ଚିଠି ଲେଖାଯାଇଛି । ଜୁନ୍ ୨୫ରେ ଦେଶବ୍ୟାପୀ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । ଏମର୍ଜନ୍ସି ଲାଗୁକୁ ୫୦ ବର୍ଷ ପୂର୍ତ୍ତି ଅବସରରେ କରାଯିବ ସଚେତନ । ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବ ଆଲୋଚନା ।
ସୂଚନାଯୋଗ୍ୟ, ଜରୁରୀକାଳୀନ ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତିକୁ ନେଇ କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଭୁବନେଶ୍ବର ରେଳ ଅଡିଟୋରିଅମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡିଶାର ସମସ୍ତ ଜିଲ୍ଲାରୁ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଜରୁରୀକାଳୀନ ପରିସ୍ଥିତିର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି । ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଉତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପ୍ରଦର୍ଶନୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ଦାୟିତ୍ବ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକ୍ତୃତା, କୁଇଜ, ପ୍ରବନ୍ଧ ଓ କଳା ପ୍ରତିଯୋଗିତା କରାଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକ୍ତୃତା, କୁଇଜ, ପ୍ରବନ୍ଧ ଓ କଳା ପ୍ରତିଯୋଗିତା କରାଯିବ । ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ କର୍ମଶାଳା, ବକ୍ତୃତା ଓ ସେମିନାର ଆୟୋଜନ କରାଯିବ । ଏହି ଉପଲକ୍ଷେ କ୍ରୀଡା ବିଭାଗ ପକ୍ଷରୁ ଶୋଭାଯାତ୍ରାର ଆୟୋଜନ କରାଯିବ । ଉତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପ୍ରଦର୍ଶନୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ଦାୟିତ୍ବ ଦିଆଯାଇଛି ।
ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ସମ୍ମାନିତ କରିବା ଉପଲକ୍ଷେ ଆୟୋଜନ ହେଉଥିବା ଏଭଳି ଏକ ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
Comments are closed.